ଗିଲଗିଟ୍-ବାଲ୍ଟିସ୍ତାନରେ ନଦୀକୁ ଖସିଲା ଭ୍ୟାନ୍, ୧୧ ଯାତ୍ରୀଙ୍କ ମୃତ୍ୟୁ
ଇସଲାମାବାଦ (ପାକିସ୍ତାନ), ୧୩ ନଭେମ୍ବର (ହି.ସ.)। ଗିଲଗିଟ୍-ବାଲ୍ଟିସ୍ତାନ ପ୍ରଦେଶର ଘିଜର ଜିଲ୍ଲାରେ ଏକ ଯାତ୍ରୀବାହୀ ଭ୍ୟାନ୍ ୟାସିନ୍ ନଦୀକୁ ଖସିପଡ଼ିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଏହି ଦୁର
यह हादसा गुरुवार देरशाम गिलगित-बाल्टिस्तान के घिजर जिले में हुआ है। स्क्रीन ग्रैब -  डान


ଇସଲାମାବାଦ (ପାକିସ୍ତାନ), ୧୩ ନଭେମ୍ବର (ହି.ସ.)। ଗିଲଗିଟ୍-ବାଲ୍ଟିସ୍ତାନ ପ୍ରଦେଶର ଘିଜର ଜିଲ୍ଲାରେ ଏକ ଯାତ୍ରୀବାହୀ ଭ୍ୟାନ୍ ୟାସିନ୍ ନଦୀକୁ ଖସିପଡ଼ିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଭ୍ୟାନ୍ଟି ଗିଲଗିଟ୍ରୁ ଘିଜର ଯାଉଥିବା ସମୟରେ ୟାସିନ୍ ଉପତ୍ୟକାର ମୋରକାହ ପୋଲ ନିକଟରେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଭ୍ୟାନ୍ଟି ଓଲଟି ପଡ଼ିବା ସହ ନଦୀକୁ ଖସିଯାଇଥିଲା।

'ଡନ୍'ର ରିପୋର୍ଟ ଅନୁଯାୟୀ, ପ୍ରାରମ୍ଭରେ ପୁଲିସ କହିଥିଲା ଯେ, ଉଦ୍ଧାରକାରୀ ଦଳ ୧୦ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି। ଏହାସହ ତିନିଜଣ ଆହତ ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା। ସମସ୍ତଙ୍କୁ ଚିକିତ୍ସା ପାଇଁ ଗୁପିସ୍ ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। ପରେ ପୁଲିସ ସୂଚନା ଦେଇଥିଲା ଯେ, ମୃତକଙ୍କ ସଂଖ୍ୟା ବଢ଼ି ୧୧ରେ ପହଞ୍ଚିଛି ଏବଂ ଦୁଇଜଣ ଆହତ ହୋଇଛନ୍ତି।

ପୁଲିସ କହିଛି ଯେ, ଭ୍ୟାନ୍ରେ ଥିବା ସମସ୍ତ ଯାତ୍ରୀ ୟାସିନ୍ ଉପତ୍ୟକା ଅଞ୍ଚଳର ବାସିନ୍ଦା। ଏହି ଦୁର୍ଘଟଣାରେ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅମଜଦ ହୁସେନ୍ ଶୋକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଗିଲଗିଟ୍ରୁ ଇସଲାମାବାଦ ଯାଉଥିବା ଏକ ବସ୍ ହଜାରା ମୋଟରୱେର ହାଭେଲିଆନ୍ ଇଣ୍ଟରଚେଞ୍ଜ ନିକଟରେ ଏକ ଡମ୍ପର ସହ ଧକ୍କା ହୋଇଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୩୦ ଜଣ ଆହତ ହୋଇଥିଲେ। ସେହିପରି ଏହାର ଗୋଟିଏ ଦିନ ପୂର୍ବରୁ ପଞ୍ଜାବର ପାକପଟନ୍ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଏବଂ ୩୩ ଜଣ ଆହତ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande