କାଲି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଓଡ଼ିଶା ପାଭିଲିୟନ୍ର ଉଦ୍ ଘାଟନ କରିବେ ମୁଖ୍ୟ ଶାସନ ସଚିବ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଏବଂ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଭାରତର ଅନ୍ୟତମ ପ୍ରମୁଖ ମଂଚ ‘ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାର’ (ଆଇଆଇଟିଏଫ୍)-୨୦୨୬ (୪୫ତମ ସଂସ୍କରଣ)ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଓଡ଼ିଶା ପାଭି
dgrth


ନୂଆଦିଲ୍ଲୀ/ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଏବଂ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଭାରତର ଅନ୍ୟତମ ପ୍ରମୁଖ ମଂଚ ‘ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାର’ (ଆଇଆଇଟିଏଫ୍)-୨୦୨୬ (୪୫ତମ ସଂସ୍କରଣ)ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଦ୍ୱାରା ଓଡ଼ିଶା ପାଭିଲିୟନ୍ର ଉଦ୍ଘାଟନ ଆସନ୍ତାକାଲି (ଶନିବାର) ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ର ହଲ୍-୩ ଠାରେ କରାଯିବ। ‘ବିକାଶ ଔର୍ ବିରାସତ୍’ (ବିକାଶ ଓ ଐତିହ୍ୟ) ବିଷୟବସ୍ତୁ ଉପରେ ଆଧାରିତ ଚଳିତ ବର୍ଷର ଏହି ମେଳା, ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଆର୍ôଥକ ଅଭିବୃଦ୍ଧି ଏବଂ ଆଧୁନିକ ବିକାଶ ପାଇଁ ଦେଶର ଆକାଂକ୍ଷାକୁ ପ୍ରଦର୍ଶିତ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ।

ଏହି ବିଷୟବସ୍ତୁକୁ ଆଧାର କରି, ଓଡ଼ିଶା ନିଜର ସଭ୍ୟତାଗତ ଐତିହ୍ୟ, ପାରମ୍ପରିକ ଉତ୍କର୍ଷ, ବିବିଧ ସମ୍ପଦ, ଉଦ୍ୟୋଗୀ କ୍ଷମତା ଏବଂ ଉଦୀୟମାନ ଅର୍ଥନୈତିକ ସୁଯୋଗଗୁଡ଼ିକର ଏକ ଜୀବନ୍ତ ତଥା ବ୍ୟାପକ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛି। ‘ଯେଉଁଠାରେ ଐତିହ୍ୟ ବିକାଶକୁ ପ୍ରେରଣା ଯୋଗାଏ’ - ଏହି ମୁଖ୍ୟ ବାର୍ତାକୁ ଉପସ୍ଥାପନ କରୁଥିବା ‘ଓଡ଼ିଶା ପାଭିଲିୟନ୍'ରେ ରାଜ୍ୟର ସମୃଦ୍ଧ ପରମ୍ପରା ଏବଂ ଏହାର ସମସାମୟିକ ବିକାଶର ଚିତ୍ର ପ୍ରତିଫଳିତ ହେବ ।

ଓଡ଼ିଶାର ଏହି ଅଂଶଗ୍ରହଣ ଏପରି ଏକ ଭୂମିର ଚିରନ୍ତନ କାହାଣୀକୁ ଉଜ୍ଜୀବିତ କରେ, ଯେଉଁଠାରେ ଐତିହ୍ୟ ଏବଂ ପ୍ରଗତି ଏକାଠି ଆଗକୁ ବଢ଼ନ୍ତି। ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ଆଧ୍ୟାତ୍ମିକ ଗାରିମା ଠାରୁ ଆରମ୍ଭ କରି ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ଆଦିବାସୀ ପରମ୍ପରାର ଜଟିଳ କଳାକୌଶଳ ପର୍ଯ୍ୟନ୍ତ—ଓଡ଼ିଶାର ଓଡ଼ିଶାର ସୁନାମଧନ୍ୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପରମ୍ପରାର ପ୍ରଦର୍ଶନ ଏଠାରେ ଏକ ବିଶେଷ ଆକର୍ଷଣ ହେବ। ସମ୍ବଲପୁରୀ ବସ୍ତ୍ର, ସୂତା, ଟସର ଓ ରେଶମ ସାମଗ୍ରୀ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କଳା, ରୌପ୍ୟ ତାରକସି କାମ, ଢୋକ୍ରା ଶିଳ୍ପ, ପଥର ଓ କାଠ ଖୋଦେଇ, ଆପ୍ଲିକ କାରୁକାର୍ଯ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାକୃତିଗୁଡ଼ିକ ପିଢ଼ି ପରେ ପିଢ଼ି ଚାଲିଆସୁଥିବା କାରିଗରମାନଙ୍କ ଅସାଧାରଣ ଦକ୍ଷତାକୁ ପ୍ରତିଫଳିତ କରିବ। ରୌପ୍ୟ ତାରକସି, ଢୋକ୍ରା ଶିଳ୍ପ, ପଥର ଖୋଦେଇ ଏବଂ ପାରମ୍ପରିକ ବୁଣାକାର୍ଯ୍ୟର ସିଧାସଳଖ ପ୍ରଦର୍ଶନ (ଲାଇଭ୍ ଡେମୋନଷ୍ଟ୍ରେସନ୍) ଦର୍ଶକମାନଙ୍କୁ ଏହି ଚମତ୍କାର କଳାକୃତି ପଛରେ ଥିବା କାରିଗରୀ କୌଶଳକୁ ନିକଟରୁ ଦେଖିବାର ସୁଯୋଗ ଦେବ। ଏହା ବ୍ୟତୀତ, ବ୍ଲକଚେନ୍ ପ୍ରଯୁକ୍ତିବିଦ୍ୟା ସହାୟତାରେ ହେଉଥିବା ହସ୍ତତନ୍ତ ବୁଣାକାର୍ଯ୍ୟର ପ୍ରଦର୍ଶନ, ପାରମ୍ପରିକ କଳାକୌଶଳ ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମନ୍ୱୟକୁ ଦର୍ଶାଇବ।

ମିଶନ ଶକ୍ତି' ମାଧ୍ୟମରେ ମହିଳା ଉଦ୍ୟୋଗୀତା ଏବଂ ତୃଣମୂଳ ସ୍ତରର ଉଦ୍ୟୋଗଗୁଡ଼ିକ ଏକ ସ୍ୱତନ୍ତ୍ର ପରିଚୟ ପାଇବେ। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଯେପରିକି ସବାଇ ଘାସରୁ ତିଆରି ସାମଗ୍ରୀ, ଆଦିବାସୀ ଅଳଙ୍କାର, ପେପର ମାଚେ (କାଗଜ ଲୁଗ୍ଦିରୁ ତିଆରି କଳାକୃତି), ମାଣ୍ଡିଆ ଜାତୀୟ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ, ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ହେବ। ଓରମାସ୍' ମାଧ୍ୟମରେ ଗ୍ରାମୀଣ ଉତ୍ପାଦକ ସଂଗଠନଗୁଡ଼ିକର ଅଂଶଗ୍ରହଣ ଫଳରେ ବିଭିନ୍ନ ପ୍ରକାରର ସାମଗ୍ରୀ ଯେପରିକି ଗୋଲଡେନ୍ ଗ୍ରାସ୍ (ଏକ ପ୍ରକାର ଘାସ) କଳାକୃତି, ମସଲା, ମାଣ୍ଡିଆ ଜାତୀୟ ଶସ୍ୟର ଉତ୍ପାଦ, ଆଚାର, ମହୁଲ ଜାତୀୟ ଉତ୍ପାଦ, ନଡ଼ିଆ କତା ସାମଗ୍ରୀ ଏବଂ ପାରମ୍ପରିକ ଖାଦ୍ୟ ସାମଗ୍ରୀ ଲୋକଲୋଚନକୁ ଆସିବ। ଏଗୁଡ଼ିକ ଗ୍ରାମୀଣ ଜୀବିକା ଏବଂ ସମ୍ପ୍ରଦାୟ-ଆଧାରିତ ଉଦ୍ୟୋଗର ଶକ୍ତିକୁ ପ୍ରତିପାଦିତ କରିବ।

ଏହି ପ୍ରଦର୍ଶନୀ ସ୍ଥଳୀରେ ଓଡ଼ି ଓଡ଼ିଶାର ସମବାୟ ଦୁଗ୍ଧ ଆନ୍ଦୋଳନର ପ୍ରତିନିଧିତ୍ୱ କରୁଥିବା ଓମଫେଡ୍' ନିଜର ଦୁଗ୍ଧଜାତ ସାମଗ୍ରୀ ସହିତ କନ୍ଧମାଳର ଜୈବିକ ହଳଦୀ ପ୍ରଦର୍ଶନ କରିବ। ଅନ୍ୟପକ୍ଷରେ, ଓଡ଼ିଶା ପର୍ଯ୍ୟଟନ ବିଭାଗ ପର୍ଯ୍ୟଟକମାନଙ୍କୁ ରାଜ୍ୟର ଚିରନ୍ତନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଆମନ୍ତ୍ରଣ କରିବ; ଯେଉଁଗୁଡ଼ିକ ମଧ୍ୟରେ କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ଧାମ, ଚିଲିକା ହ୍ରଦ, ନିର୍ମଳ ସମୁଦ୍ରକୂଳ ଏବଂ ରାଜ୍ୟର ଜୀବନ୍ତ ସଂସ୍କୃତି ସହ ଆଦିବାସୀ ପରିବେଶ ଅନ୍ତର୍ଭୁକ୍ତ।

ଆଇଆଇଟିଏଫ୍-୨୦୨୬ ରେ ଓଡ଼ିଶାର ଅଂଶଗ୍ରହଣ କେବଳ କିଛି ଉତ୍ପାଦର ପ୍ରଦର୍ଶନ ନୁହେଁ, ବରଂ ଏହା ରାଜ୍ୟର ପରିଚୟ, ସାମର୍ଥ୍ୟ ଏବଂ ଆକାଂକ୍ଷାର ଏକ ଉପସ୍ଥାପନା। ଏହା ଏପରି ଏକ ବିକାଶ ଯାତ୍ରାକୁ ପ୍ରତିଫଳିତ କରେ, ଯେଉଁଠାରେ ପାରମ୍ପରିକ ଦକ୍ଷତା ନୂତନ ବଜାର ଖୋଜି ପାଉଛି, ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ବ୍ୟାପକ ସୁଯୋଗ ସହିତ ଯୋଡ଼ି ହେଉଛନ୍ତି, ମହିଳା ଓ ଗ୍ରାମୀଣ ଗୋଷ୍ଠୀ ଅର୍ଥନୈତିକ ଯୋଗଦାନକାରୀ ଭାବରେ ଉଭା ହେଉଛନ୍ତି ଏବଂ ନବସୃଜନ ତଥା ଆଧୁନିକୀକରଣକୁ ଆପଣାଇବା ସହିତ ସାଂସ୍କୃତିକ ଐତିହ୍ୟକୁ ମଧ୍ୟ ସୁରକ୍ଷିତ ରଖାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande