ମା ତାରିଣୀଙ୍କ ମନ୍ଦିରରେ ରାମ ଚରିତ ମାନସ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ
ପାଣିକୋଇଲି, ୧୩ ନଭେମ୍ବର(ହି.ସ.) – ପାଣିକୋଇଲିସ୍ଥିତ ମା ତାରିଣୀଙ୍କ ମନ୍ଦିରରେ ୪୩ତମ ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ଦିନ ପୂର୍ଣ୍ଣାହୂତି ହେବ ଏବଂ ସେହିଦିନ ଅଷ୍ଟପ୍ରହର ନାମଯଜ୍ଞର ଶୁଭାରମ୍ଭ ହୋଇ ପବିତ୍
ମା ତାରିଣୀଙ୍କ ମନ୍ଦିରରେ ରାମ ଚରିତ ମାନସ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ


ପାଣିକୋଇଲି, ୧୩ ନଭେମ୍ବର(ହି.ସ.) – ପାଣିକୋଇଲିସ୍ଥିତ ମା ତାରିଣୀଙ୍କ ମନ୍ଦିରରେ ୪୩ତମ ଶ୍ରୀରାମ ଚରିତ ମାନସ, ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ଦିନ ପୂର୍ଣ୍ଣାହୂତି ହେବ ଏବଂ ସେହିଦିନ ଅଷ୍ଟପ୍ରହର ନାମଯଜ୍ଞର ଶୁଭାରମ୍ଭ ହୋଇ ପବିତ୍ର ବଡ଼ ଓଷା ଦିନ ପୂର୍ଣ୍ଣାହୂତି ହେବ। କାର୍ଯ୍ୟକ୍ରମରେ ପ୍ରତିଦିନ ମଙ୍ଗଳ ଆଳତି ଓ ପାରାୟଣ ପାଠ ହେବ ଏବଂ ସଂନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂଜକ ଭାବେ ସୂର୍ଯ୍ୟମଣି ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପାରାୟଣ କାର୍ଯ୍ୟକ୍ରମରେ ବ୍ୟାସ ଭାବେ ପଣ୍ଡିତ ରବିନାରାୟଣ ମିଶ୍ର ଓ ଧାରକ ମଣ୍ଡଳୀ ପ୍ରଭୁ ଶ୍ରୀରାମଙ୍କ କଥାର ଶୁଭାରମ୍ଭ କରିଥିଲେ। ପ୍ରବଚନ କାର୍ଯ୍ୟକ୍ରମରେ ପଣ୍ଡିତ ଦେବାଶିଷ ଦ୍ୱିବେଦୀ ସାହିତ୍ୟ ସଂସ୍କୃତି ସାରଥି ପଣ୍ଡିତ ପ୍ରିୟ ପ୍ରସାଦ ମିଶ୍ର, ପଣ୍ଡିତ ହିମାଂଶୁ ମହାରାଜ, ପଣ୍ଡିତ ରାମ ମନୋହର ଦାସ, ପଣ୍ଡିତ ସୁଶ୍ରୀ ଅଂଜନା ଦାସ, ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଂଟିଆ, ସୁଶ୍ରୀ ପ୍ରଜ୍ଞା ରାଉତ ପ୍ରମୁଖ ଯୋଗଦେବେ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande