ମହାଦେବ ବେଟିଂ ଆପ୍ ମାମଲାରେ ଅଭିଯୁକ୍ତ ମୋହିତ ସୋମାନୀଙ୍କ ଘରେ ସିବିଆଇର ଚଢ଼ାଉ
ରାୟପୁର, ୧୩ ନଭେମ୍ବର (ହି.ସ.)- ମହାଦେବ ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ଗିରଫ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ଜୋରଦାର କରିଛି। ଏହି କ୍ରମରେ ଶୁକ୍ରବାର ରାୟପୁରର ସମତା କଲୋନୀସ୍ଥିତ ଅଭିଯୁକ୍ତ ମୋହିତ ସୋମାନୀଙ୍କ ଘରେ ଚଢ଼ାଉ କରାଯାଇଛି। ପ୍ରାୟ ଛଅ ଜଣିଆ ସିବିଆଇ ଟିମ୍
ମହାଦେବ ବେଟିଂ ଆପ୍ ମାମଲାରେ ଅଭିଯୁକ୍ତ ମୋହିତ ସୋମାନୀଙ୍କ ଘରେ ସିବିଆଇର ଚଢ଼ାଉ


ରାୟପୁର, ୧୩ ନଭେମ୍ବର (ହି.ସ.)- ମହାଦେବ ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ଗିରଫ ପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ଜୋରଦାର କରିଛି। ଏହି କ୍ରମରେ ଶୁକ୍ରବାର ରାୟପୁରର ସମତା କଲୋନୀସ୍ଥିତ ଅଭିଯୁକ୍ତ ମୋହିତ ସୋମାନୀଙ୍କ ଘରେ ଚଢ଼ାଉ କରାଯାଇଛି। ପ୍ରାୟ ଛଅ ଜଣିଆ ସିବିଆଇ ଟିମ୍ ତାଙ୍କ ଘରେ ପହଂଚି ପ୍ରାୟ ଏକ ଘଂଟା ଧରି ଯାଂଚ କରି ଫେରିଯାଇଛି।

ମହାଦେବ ବେଟିଂ ସିଣ୍ଡିକେଟ୍ରେ ଅପରେଟର ଭାବେ ମୋହିତ ସୋମାନୀଙ୍କ ନାମ ସାମ୍ନାକୁ ଆସିଥିଲା। ସେ ମହାଦେବ ୩୬୪ ପ୍ୟାନେଲ୍ ପରିଚାଳନା କରୁଥିବା ଅଭିଯୋଗ ହୋଇଛି। ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ଗିରଫ ଓ ଭାରତ ପ୍ରତ୍ୟାବର୍ତନ ପରେ ରାୟପୁରରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ କଡ଼ି ଭାବେ ଦେଖାଯାଉଛି। ପ୍ରମୋଟରଙ୍କଠାରୁ ଆଇଡି ନେଇ ତାହା ବିକ୍ରି କରୁଥିବା ନେଇ ମୋହିତ ସୋମାନୀଙ୍କ ଉପରେ ସନ୍ଦେହ ପ୍ରକାଶ କରାଯାଉଛି।

ଉଲ୍ଲେଖଯୋଗ୍ୟ, ମୋହିତ ସୋମାନୀଙ୍କୁ ନଭେମ୍ବର ୨୦୨୪ରେ ରାୟପୁର ପୁଲିସ କୋଲକାତାର ନ୍ୟୁ ଟାଉନ୍ ଅଂଚଳରୁ ଗିରଫ କରିଥିଲା। ତଦନ୍ତରେ ତାଙ୍କର ମହାଦେବ ବେଟିଂ ନେଟୱର୍କ ସହ ସମ୍ପର୍କ ଥିବା ଜଣାପଡ଼ିଥିଲା। ପ୍ୟାନେଲ୍ ମାଧ୍ୟମରେ ସେ ବେଆଇନ ଅନଲାଇନ୍ ବେଟିଂ କାରବାର ପରିଚାଳନା କରୁଥିବା ଅଭିଯୋଗ ରହିଛି। ବର୍ତମାନ ସୋମାନୀ ରାୟଗଡ଼ ଜେଲ୍ରେ ବନ୍ଦୀ ଅଛନ୍ତି। ସିବିଆଇ ଟିମ୍ ସମତା କଲୋନୀସ୍ଥିତ ତାଙ୍କ ଘରେ ପହଂଚି ଯାଂଚ କରିଥିଲା। ତେବେ ଚଢ଼ାଉ ସମୟରେ କେଉଁ ଦସ୍ତାବିଜ୍ କିମ୍ବା ଅନ୍ୟ ସାମଗ୍ରୀ ଜବତ ହୋଇଛି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ସାମ୍ନାକୁ ଆସିନାହିଁ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande