ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି : ୧୪ ତାରିଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା : ୧୫ ତାରିଖ ସକାଳ ସୁଦ୍ଧା ‘ଅବପାତ’ : ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ମଧ୍ୟ ବଙ୍ଗୋପସାଗର ଉପରେ ‘ବାତ୍ୟା’ରେ ପରିଣତ ହେବାର ସମ୍ଭାବନା
ଭୁବନେଶ୍ଵର, ୧୩ ନଭେମ୍ବର (ହି.ସ.)- ଗତକାଲି ମଧ୍ୟ ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଅର୍ଥାତ୍ ନଭେମ୍ବର ୧୩ ତାରିଖ ସକାଳ ୫ଟା ୩୦ ମିନିଟ୍ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏବ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି : ୧୪ ତାରିଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା : ୧୫ ତାରିଖ ସକାଳ ସୁଦ୍ଧା ‘ଅବପାତ’ : ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ମଧ୍ୟ ବଙ୍ଗୋପସାଗର ଉପରେ ‘ବାତ୍ୟା’ରେ ପରିଣତ ହେବାର ସମ୍ଭାବନା


ଭୁବନେଶ୍ଵର, ୧୩ ନଭେମ୍ବର (ହି.ସ.)- ଗତକାଲି ମଧ୍ୟ ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଅର୍ଥାତ୍ ନଭେମ୍ବର ୧୩ ତାରିଖ ସକାଳ ୫ଟା ୩୦ ମିନିଟ୍ ସମୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏବଂ ସକାଳ ୮ଟା ୩୦ ସୁଦ୍ଧା ଏହା ସେହି ଅଂଚଳରେ ଅବସ୍ଥିତ ରହିଛି ।

ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତନ ଠାରୁ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି । ଏହା ଉତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ନଭେମ୍ବର ୧୪ ତାରିଖରେ ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ଏବଂ ନଭେମ୍ବର ୧୫ ତାରିଖ ସକାଳ ସମୟ ବେଳକୁ ସେହି ଅଂଚଳରେ ଅଧିକ ଘନୀଭୂତ ହୋଇ ଏକ ‘ଅବପାତ’ର ରୂପ ନେବାର ସମ୍ଭାବନା ରହିଛି ।

ଏହାପରେ ଏହା ଉତର-ଉତରପଶ୍ଚିମ ଦିଗକୁ ଗତି କରିବ ଏବଂ ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ମଧ୍ୟ ବଙ୍ଗୋପସାଗର ଉପରେ ଅଧିକ ଘନୀଭୂତ ହୋଇ ଏକ ‘ବାତ୍ୟା’ରେ ପରିଣତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande