ଜନଜାତି ଶିକ୍ଷାର ବିକାଶ ଓ ସୁଦୃଢ଼ୀକରଣରେ ଓଏମଟିଇଏସ୍ ର ଅବଦାନକୁ ପ୍ରଶଂସା
ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ଜନଜାତି ଶିକ୍ଷାର ସୁଦୃଢ଼ୀକରଣ ଦିଗରେ ଅଧିକାରୀମାନଙ୍କ ନିଷ୍ଠାପର ଉଦ୍ୟମ ଓ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଜନଜାତୀୟ ଗୌରବ ପକ୍ଷ ପାଳନ ଅବସରରେ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟିକୁ ସ୍ୱୀକୃ
ghftk


ghfuyk


ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ଜନଜାତି ଶିକ୍ଷାର ସୁଦୃଢ଼ୀକରଣ ଦିଗରେ ଅଧିକାରୀମାନଙ୍କ ନିଷ୍ଠାପର ଉଦ୍ୟମ ଓ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଜନଜାତୀୟ ଗୌରବ ପକ୍ଷ ପାଳନ ଅବସରରେ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟିକୁ ସ୍ୱୀକୃତି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କ କରକମଳରୁ ଓଏମଟିଇଏସ୍ ସଚିବସୁରେନ୍ଦ୍ର କୁମାର ମୀନା ପୁରସ୍କାର ଗ୍ରହଣ କରିଛନ୍ତି। ଏଥିସହ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ରାଙ୍କି, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍), କରଞ୍ଜିଆ ଏବଂ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଉଲ୍ଲେଖନୀୟ ଅବଦାନ ଓ ନିଷ୍ଠାପର ପ୍ରୟାସକୁ ମଧ୍ୟ ବିଶେଷ ପ୍ରଶଂସା କରାଯାଇଛି ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ( ଓଏମଟିଇଏସ୍ ) ରାଜ୍ୟରେ ଜନଜାତି ଶିକ୍ଷାର ବିକାଶ, ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ରାଜ୍ୟର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା ଓ ସମ୍ପ୍ରସାରଣରେ ଓଏମଟିଇଏସ୍ ଉଲ୍ଲେଖନୀୟ ଅବଦାନ ରଖିଛି । ଏହି ପ୍ରୟାସ ଫଳରେ ବର୍ତମାନ ରାଜ୍ୟରେ ମୋଟ ୭୧ଟି ଇଏମଆରଏସ୍ କାର୍ଯ୍ୟକ୍ଷମ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande