୧୭ ନଭେମ୍ବରରେ ମନିଲାରେ ହେବ କ୍ୱାଡ୍ ନେତାମାନଙ୍କ ବୈଠକ
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଫିଲିପାଇନ୍ସ ଗସ୍ତ ସମୟରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ସହ ଜଡ଼ିତ ଚାରି ଦେଶର ଗୋଷ୍ଠୀ କ୍ୱାଡ୍ର ଶୀର୍ଷ ନେତାମାନଙ୍କ ବୈଠକ ହେବାକୁ ଯାଉଛି। ସୂତ୍ର ଅନୁସାର
क्वाड नेताओं की सिंतबर 2024 में हुई बैठक में प्रधानमंत्री मोदी और जपान, अमेरिका और आस्ट्रेलिया के  तत्कालीन नेता (फाइल फोटो)


ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଫିଲିପାଇନ୍ସ ଗସ୍ତ ସମୟରେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ସହ ଜଡ଼ିତ ଚାରି ଦେଶର ଗୋଷ୍ଠୀ କ୍ୱାଡ୍ର ଶୀର୍ଷ ନେତାମାନଙ୍କ ବୈଠକ ହେବାକୁ ଯାଉଛି।

ସୂତ୍ର ଅନୁସାରେ, କ୍ୱାଡ୍ ନେତାମାନଙ୍କ ବୈଠକ ନଭେମ୍ବର ୧୭ ତାରିଖରେ ହେବ। ପୂର୍ବ ଏସିଆ ଶିଖର ସମ୍ମିଳନୀ ପରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ କ୍ୱାଡ୍ ନେତାମାନଙ୍କ ବୈଠକ ଏହି ଗୋଷ୍ଠୀର ସଦସ୍ୟ ଦେଶଗୁଡ଼ିକ ବାହାରେ ଅନ୍ୟ ଏକ ଦେଶରେ ହେବାକୁ ଯାଉଛି। ଏହା ସହିତ ଫିଲିପାଇନ୍ସ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଂଚଳର କେନ୍ଦ୍ରସ୍ଥଳରେ ଅବସ୍ଥିତ।

୨୦୨୪ ସେପ୍େଟମ୍ବର ପରଠାରୁ କ୍ୱାଡ୍ ଶିଖର ବୈଠକ ହୋଇନାହିଁ। ଶେଷ ଥର ପାଇଁ ୨୧ ସେପ୍େଟମ୍ବର ୨୦୨୪ରେ ଆମେରିକାର ୱିଲମିଙ୍ଗଟନ୍ରେ କ୍ୱାଡ୍ ଦେଶଗୁଡ଼ିକର ଶୀର୍ଷ ନେତାମାନେ ଏକାଠି ହୋଇଥିଲେ। ଏହା ପରଠାରୁ ଏହି ଗୋଷ୍ଠୀର ମନ୍ତ୍ରୀସ୍ତରୀୟ ଆଲୋଚନା ହିଁ ଜାରି ରହିଥିଲା।

ଉଲ୍ଲେଖଯୋଗ୍ୟ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍ ଏକ ସ୍ୱାଧୀନ, ମୁକ୍ତ ଓ ସୁରକ୍ଷିତ ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥାଏ।

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସକାଳେ ତିନି ଦିନିଆ ଗସ୍ତରେ ମନିଲା ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ବାର୍ଷିକ ଭାରତ-ଆସିଆନ୍ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଶିଖର ସମ୍ମିଳନୀରେ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ବଢ଼ାଇବା ସହ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି।

---------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande