
କନ୍ଧମାଳ, ୧୩ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲା ରଗବୀ ଫୁଟବଲ ମହିଳା ସିନିୟର ଦଳ ର ମ୍ୟାଚ୍ ପ୍ଲେ ଏ ଟିମ୍ ସ୍ପିିରିଟ୍ ଏବଂ ଖେଳାଳି ମାନଙ୍କ ମଧ୍ୟରେ କମୁନିକେସନ୍ ଉପରେ ଚାରି ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ।
ଖାଏରହନ୍ ଟେକନିକଲ ଇନଷ୍ଟିଚ୍ୟୁଟ ଅଫ ସ୍ପେ।ଟ୍ସ୍ ଏଣ୍ଡ ସେ।ସିଏଲ ସାଇନ୍ସ୍, ଡୁଗୁଡି, ଘୁ. ଉଦୟଗିରି ଦ୍ୱାରା କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷକ ରାଘବ ଦିଗାଲଙ୍କ ତତ୍ବାବଧାନରେ ଦକ୍ଷତା ବୃଦ୍ଧି କରି, ଜିଲ୍ଲା ଦଳକୁ ସୁଦୃଢ କରିବା ପାଇଁ ଚାରି ଦିନିଆ ସିନିୟର ମହିଳା ଦଳର ଏହି ଶିବିର ଗତ ମଙ୍ଗଳବାର ଠାରୁ ଆଜି ପର୍ଯ୍ୟନ୍ତ ଘୁ. ଉଦୟଗିରି ମିଲମନ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେଇଥିଲା। ଆସନ୍ତା ୧୭ ଏବଂ ୧୮ ଦୁଇଦିନ ଧରି କିଟ୍ ରଗବି ଷ୍ଟାଡିୟମ ଭୁବନେଶ୍ଵର ଠାରେ ଖେଲୋ ଇଣ୍ଡିଆ ଅସ୍ମିତା ସିନିୟର ମହିଳା ରଗବୀ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପୂର୍ବପ୍ରସ୍ତୁତି । ଉକ୍ତ ପ୍ରତିଯୋଗିତା ଓଡିଶା ରଗବୀ ଫୁଟବଲ ଆସୋସିଏସନ ଭୁବନେଶ୍ୱର, ଓଡିଶା କ୍ରୀଡା ବିଭାଗ ଆନୁକୂଲ୍ୟରେ ଭାରତ ସରକାରଙ୍କ ଖେଲୋ ଇଣ୍ଡିଆ ପ୍ରୋତ୍ସାହିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଟେ। କନ୍ଧମାଳ ଜିଲ୍ଲା ସିନିୟର ମହିଳା ଦଳର ଅର୍ଚ୍ଚନା ପ୍ରଧାନଙ୍କ ନେତୃତ୍ଵରେ ଶର୍ମୀଲତା ପ୍ରଧାନ, ମିତାଲି ପ୍ରଧାନ, ପ୍ରୀୟଂକା ପ୍ରଧାନ, ରିଷିମା ପ୍ରଧାନ,ଉଦୟନୀ ବର୍ଗତ୍ତୀ, ଆଶାଲତା ପ୍ରଧାନ, ମିତାଞଳି ପ୍ରଧାନ, ରେଖା ପ୍ରଧାନ, ମାଳତୀ ମଲ୍ଲିକ, ଅନୁରାଧା ପ୍ରଧାନ ଏବଂ ଅର୍ଚ୍ଚିତା ପ୍ରଧାନ ଖେଳାଳି ଏବଂ ଲିଜିମା ପ୍ରଧାନ ମ୍ୟାନେଜର / ଖେଳାଳି ଭାବେ ପ୍ରତିନିଧିତ୍ୱ କରିବେ। ପ୍ରଶିକ୍ଷକ ରାଘବ ଦିଗାଲ ଜିଲ୍ଲା ଦଳର ସଦସ୍ୟା ଭାବେ ପ୍ରତିନିଧିତ୍ୱ କରିବେ।
ଖେଳାଳୀ ମାନଙ୍କୁ ଅନୁଷ୍ଠାନର ପ୍ରତିଷ୍ଠାତା ମହମ୍ମଦ ଜିଆଉଦ୍ଧିନ ଅହମ୍ମଦ, ସଭାପତି ସୁନୀଲ କୁମାର ପଟ୍ଟନାୟକ, କାର୍ଯ୍ୟକାରି ସଭାପତି ତ୍ରୀଶିଳା ପ୍ରଧାନ, ସମ୍ପାଦକ ବିବେକାନନ୍ଧ ପ୍ରଧାନ, ସଭାପତି କନ୍ଧମାଳ ଜିଲ୍ଲା ସିପକଟାକ୍ରେ। ଆସୋସିଏସନ ଇଂ. ର୍ମାକସ ମଲ୍ଲିକ, ସମ୍ପାଦକ ବାଦଲ ବୁର୍ଗୀ, ଆଶିଷ ବୁର୍ଗୀ, ସନ୍ତେ ପ୍ରଧାନ ( ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ), ଶାନ୍ତୁନୁ ପ୍ରଧାନ, ଫୁଟ ଭଲି, ଆନ୍ତର୍ଜାତୀୟ
ଖେଳାଳି ପପୁନା ସାହୁ, ଫୁଟବଲ ଟେନିସ ଜାତିୟ ଖେଳାଳି କଳାମୋହନ ନାୟକ, କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦର ସଭାନେତ୍ରୀ ଦମୟନ୍ତୀ ପ୍ରଧାନ, କାର୍ଯ୍ୟକାରୀ ସଭାପତି ସନାତନ ପ୍ରଧାନ, ବିଜୟ ପ୍ରଧାନ, ବିପିନ କୁମାର ପ୍ରଧାନ, ନରେଶ ପ୍ରଧାନ, ଶିବରାମ ପ୍ରଧାନ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ