
ଝାରସୁଗୁଡ଼ା, ୧୩ ନଭେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସମାସିଂହା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିସୁଧାନନ୍ଦ ସାହୁ (୮୨)ଙ୍କ ଶୁକ୍ରବାର ପୂର୍ବାହ୍ନ ରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଓ ଗ୍ରାମବାସୀ ଶେଷଦର୍ଶନ କରିଥିଲେ । ଅପରାହ୍ନରେ ଗାଁ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ଼ପୁଅ ଯତୀନ ମୁଖାଗ୍ନୀ ଦେଇଥିଲେ । ଘରେ ତାଙ୍କର ଦୁଇ ପୁଅ ଯତୀନ ଓ ଦିନେଶ ଙ୍କ ସହ ଦୁଇ ବୋହୂ ଓ ନାତି ନାତୁଣୀ ଅଛନ୍ତି । ସ୍ୱର୍ଗତ ବିସୁଧାନନ୍ଦ ଖୁଂଟାଲାମାଲ, କୁଲିହାମାଲ, ଗୁଛାପାଲି, କୁଣ୍ଡୁରୁସିଂହା ପ୍ରାଥମିକ ସ୍କୁଲ ରୁ ଶିକ୍ଷକତା କରିବା ପରେ ବେଲମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଭାବେ ଗତ ୨୦୦୩ ମସିହାରେ ଅବସର ନେଇଥିଲେ । ସେ ଜଣେ ସରଳ ଓ ମିଷ୍ଟଭାଷୀ ଥିଲେ । ସେ ଜିଲ୍ଲା ଶୁଣ୍ଢି ସମାଜର ଜଣେ ବରିଷ୍ଠ ସଦସ୍ୟ ଥିଲେ । ତାଙ୍କର ବିୟୋଗରେ ଜିଲ୍ଲା ଶୁଣ୍ଢି ସମାଜ ସଭାପତି ନବୀନ ନାଏକ, ଲଇକେରା, କୋଲାବିରା ଓ କିର୍ମିରା ବ୍ଲକ ଆଂଚଳିକ ଶୁଣ୍ଢି ସମାଜର ସଭାପତି ବିଦେଶୀ ବେହେରା, ସାଧାରଣ ସମ୍ପାଦକ ତୁଲାରାମ ସେନାପତି, ଉପଦେଷ୍ଟା ଗଣ୍ଡାରାମ ବେହେରା, ଅଶୋକ କୁମାର ବେହେରା, ଡିଲେଶ୍ୱର ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ