ଅଟୋକୁ ସାମ୍ନାପଟୁ ଧକ୍କା ଦେଇ ଘୋଷାଡ଼ି ନେଲା ଆମ ବସ୍, ୮ ଛାତ୍ରୀଛାତ୍ର ଗୁରୁତର
ଖୋର୍ଦ୍ଧା, ୧୩ ନଭେମ୍ବର(ହି.ସ.) – ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିବା ବେଳେ ଅଟୋ ଓ ବସ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀ ମାନେ
Accident


ଖୋର୍ଦ୍ଧା, ୧୩ ନଭେମ୍ବର(ହି.ସ.) – ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିବା ବେଳେ ଅଟୋ ଓ ବସ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ଛାତ୍ରଛାତ୍ରୀ ମାନେ ହେଲେ ସାଇ ଶୁଭମ ସେନାପତି(ଦଶମ ଶ୍ରେଣୀ), ଓମ୍ ପ୍ରସାଦ ସାହୁ (ଷଷ୍ଠ ଶ୍ରେଣୀ), ଆୟୁଷ ସ୍ୱାଇଁ(ପଂଚମ ଶ୍ରେଣୀ), ସାଇ ଶିବାନୀ ସାହୁ(ପଂଚମ ଶ୍ରେଣୀ), ସମ୍ପୂର୍ଣ୍ଣା ପାଇକରାୟ (ପଂଚମ ଶ୍ରେଣୀ), ପଦ୍ମାଳୟା ଜେନା (ପଂଚମ ଶ୍ରେଣୀ) ଓ ବିଶ୍ୱଜିତ ବରାଳ(ପଂଚମ ଶ୍ରେଣୀ)। ଏହି ଦୁର୍ଘଟଣାରେ ଅଟୋ ଚାଳକ ଦିଲୀପ ନାହାକ(୫୦) ଓ ଆମ ବସ୍ ଚାଳକ ସଦାନନ୍ଦ ବେହେରା ମଧ୍ୟ ଆହତ ହୋଇଛନ୍ତି।ତେବେ ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପଦ୍ମାଳୟା ଜେନା ଓ ଓମ୍ ପ୍ରସାଦ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ଅନ୍ୟ ଆହତଙ୍କୁ ମଧ୍ୟ ପରବର୍ତୀ ସମୟରେ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରତିଦିନ ପରି ଗଙ୍ଗପଡ଼ା ଓ ପିତାପଲ୍ଲୀ ଅଂଚଳର ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଟୋ ଖୋର୍ଦ୍ଧାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଆସୁଥିଲା। ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ପିତାପଲ୍ଲୀ ଛକ ନିକଟରେ ଅଟୋଟି ଖୋର୍ଦ୍ଧା ବାଇପାସ ଦେଇ ଯାଉଥିବାବେଳେ ୨୧ ନମ୍ବର ରୁଟ୍ରେ ଏକ ଆମ ବସ୍ ଏହାକୁ ଖୁବ୍ ଜୋର୍ରେ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ବସ୍ଟି ଅଟୋକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଅଟୋରେ ଥିବା ଛାତ୍ରଛାତ୍ରୀମାନେ ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ।ଦୁର୍ଘଟଣାରେ କେତେକ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଫାଟିଥିବାବେଳେ ଅନ୍ୟମାନଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଖବର ପାଇ ଇଇନ୍େଫାଭ୍ୟାଲି ଓ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଓ ଅଟୋ ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ ଆମ ବସ୍ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲା। ତେବେ ଆମ ବସ୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ନେଇ ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ମଦ୍ୟପାନ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସେମାନେ ଅଭିଯୋଗ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ଚାଳକ ମଦ୍ୟପାନ କରିଥିବା ନେଇ ପୋଲିସ ପକ୍ଷରୁ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ।

ଆମ ବସ୍ ଦୁର୍ଘଟଣାକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଉଠୁଥିବାବେଳେ ଚାଳକଙ୍କ ଦକ୍ଷତା, ଶୃଙ୍ଖଳା ଓ ନିୟମିତ ଯାଂଚକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଚାଳକଙ୍କ ମଦ୍ୟପାନ ଯାଂଚ, ଡ୍ୟୁଟି ପୂର୍ବରୁ ଆଲକୋହଲ ପରୀକ୍ଷା ଏବଂ ଦୁର୍ଘଟଣା ଘଟାଉଥିବା ଚାଳକଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ କ୍ରୁଟ କର୍ତୃପକ୍ଷଙ୍କ ଭୂମିକା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି। ଏନେଇ ଇନ୍େଫାଭ୍ୟାଲି ଥାନା ଆଇଆଇସି ଚନ୍ଦ୍ରଶେଖର ସେଠୀ କହିଛନ୍ତି ଯେ, ଆହତ ପରିବାର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଆମ ବସ୍ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଗିରଫ କରାଯିବ।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande