
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ପ୍ରଥମ ସଭ୍ୟତାଗତ ଆଲୋଚନା ମଂଚ (ସିଭିଲାଇଜେସନାଲ୍ ଡାଏଲଗ୍ ଫୋରମ୍) ୨୦ରୁ ୨୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଐତିହାସିକ ପୁରାଣା କିଲ୍ଲା ପରିସରରେ ଆୟୋଜିତ ହେବ। ଏହି ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀର ଉଦ୍ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ। ଏହି ସମ୍ମିଳନୀରେ ଏସ୍ସିଓର ସମସ୍ତ ୧୦ଟି ସଦସ୍ୟ ଦେଶର ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକ ଏବଂ ସଂଳାପ ସହଯୋଗୀ ଦେଶଗୁଡ଼ିକର ପ୍ରତିନିଧିମାନେ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି।
ଏହି ଗୁରୁତ୍ୱପୂର୍ଣ୍ଣ ଆୟୋଜନ ସମ୍ପର୍କରେ ଶୁକ୍ରବାର ଭାରତ ମଣ୍ଡପମ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଏହି ମଂଚର ଉଦ୍ଦେଶ୍ୟ ହେଉଛି ଏସ୍ସିଓ ଦେଶଗୁଡ଼ିକ ମଧ୍ୟରେ ସାଧାରଣ ସାଂସ୍କୃତିକ ଐତିହ୍ୟ, ପ୍ରାଚୀନ ସଭ୍ୟତା, କଳା, ସାହିତ୍ୟ ଏବଂ ଐତିହାସିକ ପରମ୍ପରା ମାଧ୍ୟମରେ ପାରସ୍ପରିକ ସହଯୋଗ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା।
ଏହି ମଂଚ ଗଠନ ପାଇଁ ପ୍ରସ୍ତାବ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୫ ସେପ୍େଟମ୍ବରରେ ଚୀନ୍ର ତିଆନଜିନ୍ଠାରେ ଆୟୋଜିତ ଏସ୍ସିଓ ଶିଖର ସମ୍ମିଳନୀ ସମୟରେ ରଖିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ସଦସ୍ୟ ଦେଶଗୁଡ଼ିକୁ ନିଜ ନିଜର ହଜାର ହଜାର ବର୍ଷ ପୁରୁଣା ସଭ୍ୟତା ଓ ସାଂସ୍କୃତିକ ଉପଲବ୍ଧି ବାଂଟିିବା ପାଇଁ ଏକ ଅନ୍ତର୍ଜାତୀୟ ମଂଚ ଯୋଗାଇଦେବାର ପରିକଳ୍ପନା କରାଯାଇଛି।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ