ଟିପି ହୋଟେଲରେ ଗ୍ଯାସ ସିଲିଣ୍ଡର ଫାଟି ୪ ଆହତ
ପୁରୀ, ୧୩ ନଭେମ୍ବର (ହି.ସ.)- ବଡଦାଣ୍ଡ ମାର୍କେଟ ଛକ ସ୍ଥିତ ଟିପି ହୋଟେଲରେ ଗ୍ଯାସ ସିଲିଣ୍ଡର ଫାଟି ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ, ତଳ ରେସ୍ତୋରାଁର ମୁଖ୍ଯ କାଚ କବାଟ ଫଟାଇ କାଚ ଗୁଣ୍ଡ ବଡଦାଣ୍ଡ ବ୍ଯାରିକେଡ ପର୍ଯ୍ୟନ୍ତ ଛିଟିକି ଆସିଥିଲା । ଯାହାଫଳର
ଟିପି ହୋଟେଲରେ ଗ୍ଯାସ ସିଲିଣ୍ଡର ଫାଟି ୪ ଆହତ


ଟିପି ହୋଟେଲରେ ଗ୍ଯାସ ସିଲିଣ୍ଡର ଫାଟି ୪ ଆହତ


ପୁରୀ, ୧୩ ନଭେମ୍ବର (ହି.ସ.)- ବଡଦାଣ୍ଡ ମାର୍କେଟ ଛକ ସ୍ଥିତ ଟିପି ହୋଟେଲରେ ଗ୍ଯାସ ସିଲିଣ୍ଡର ଫାଟି ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏପରି ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ, ତଳ ରେସ୍ତୋରାଁର ମୁଖ୍ଯ କାଚ କବାଟ ଫଟାଇ କାଚ ଗୁଣ୍ଡ ବଡଦାଣ୍ଡ ବ୍ଯାରିକେଡ ପର୍ଯ୍ୟନ୍ତ ଛିଟିକି ଆସିଥିଲା । ଯାହାଫଳରେ ବଡଦାଣ୍ଡରେ ଯାଉଥିବା ପର୍ଯ୍ଯଟକ, ଅଟୋ ରିକ୍ସା ଚାଳକ ଓ ପଥଚାରୀଙ୍କ ଦେହରେ କାଚ ଗୁଣ୍ଡ ବାଜି ସାମାନ୍ଯ ଆହତ ହୋଇଥିଲେ । ଗ୍ଯାସ ସିଲିଣ୍ଡର ଫାଟିବା ସମୟରେ ପ୍ରଚଣ୍ଡ ଶଦ୍ଦ ହେବା ସହ ରେସ୍ତୋରାଁରେ ଥିବା ସମସ୍ତ ଆସବାବପତ୍ର ଏଣେତେଣେ ବିଛୁରିତ ହୋଇପଡିଛି । ସେହି ହୋଟେଲରୁ ୭ଟି ସିଲିଣ୍ଡର ପୋଲିସ ଜବତ କରିଛି । ଏହା ବ୍ଯବସାୟୀକ ଗ୍ଯାସ ନହୋଇ ଘରୋଇ ସିଲିଣ୍ଡର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଓ ଟାଉନ ଥାନା ପୋଲିସ, ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ଆହତ ବ୍ଯକ୍ତି ମାନେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସହରର ସାହି ଗଳି କନ୍ଦିରେ ଏବେ ଲଜିଂ ହୋଟେଲ ରହିଛି । ସାହି କୁ ଦମକଳ ଗାଡି ଯିବାକୁ ରାସ୍ତା ନଥିବାବେଳେ ଲଜିଂ ଗୁଡିକରେ ଅଗ୍ନି ନିରାପତ୍ତା ବ୍ଯବସ୍ଥା ନାହିଁ । କିଛି ବର୍ଷ ତଳେ ମରଚିକୋଟ ଛକ ସମ୍ରାଟ ହୋଟେଲରେ ନିଆଁ ଲାଗି ଛାରଖାର ହୋଇଯାଇଥିଲା । ସହରରେ କେତେ ହୋଟେଲ, ଲଜିଙ୍ଗ ରହିଛି ସେଗୁଡିକରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ଦାବୀ ହେଉଛି |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande