୮୩୫ ଜଣ ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ
ଧର୍ମଶାଳା,୧୩ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଏହା କେବଳ ସମ୍ଭବ ହୋଇ ପାରୁଛି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ବଳିଷ୍ଠ ଉଦ୍ୟମରେ। ଅସହାୟ ପରିବାରଙ୍କୁ ସହଯୋଗର ହାତ ବଢାଇ ସବୁ ବେଳେ ପ୍ରଶାଂସା ପାତ୍ର ପାଲଟିଛନ୍ତି । ଏହି କ୍ରମରେ ଆଜ
୮୩୫ ଜଣ ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ


ଧର୍ମଶାଳା,୧୩ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ଏହା କେବଳ ସମ୍ଭବ ହୋଇ ପାରୁଛି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ବଳିଷ୍ଠ ଉଦ୍ୟମରେ। ଅସହାୟ ପରିବାରଙ୍କୁ ସହଯୋଗର ହାତ ବଢାଇ ସବୁ ବେଳେ ପ୍ରଶାଂସା ପାତ୍ର ପାଲଟିଛନ୍ତି । ଏହି କ୍ରମରେ ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଆରୁହା ମଣ୍ଡଳ ଅନ୍ତର୍ଗତ ୧୦ଟି ପଂଚାୟତର ୮୩୫ରୁ ଊର୍ଦ୍ଧ ହିତାଧିକାରୀଙ୍କୁ ହରିଦାସପୁର ମେଡିକାଲ ପଡ଼ିଆଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ନୂତନ ହିତାଧିକାରୀଙ୍କୁ ଭର୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଧର୍ମଶାଳାର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ନିଜେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭର୍ତା ବଂଟନ କରିଥିଲେ । ବିଧାୟକ ଶ୍ରୀ ସାହୁ କହିଥିଲେ, ପୂର୍ବତନ ବିଜୁ ଜନତା ଦଳ ସରକାରଙ୍କ ଅମଳରେ ୬୦ ବର୍ଷ ବୟସ ପୂରଣ କରିବା ପରେ ମଧ୍ୟ ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏହି ବ୍ୟବସ୍ଥାକୁ ଅଧିକ ସରଳ ଓ ସୁଗମ କରିଛନ୍ତି । ଫଳରେ ୬୦ ବର୍ଷ ବୟସ ପୂରଣ କରୁଥିବା ଯୋଗ୍ୟ ବ୍ୟକ୍ତିମାନେ ପେନସନ ଯୋଜନାରେ ସାମିଲ ହୋଇ ସୁବିଧା ପାଇବାର ସୁଯୋଗ ପାଉଛନ୍ତି । ସେ ଆହୁରି କହିଥିଲେ ଯେ, ଏହା କେବଳ ଏକ ସରକାରୀ ଯୋଜନାର ସୁବିଧା ନୁହେଁ, ବରଂ ବୟୋଜ୍ୟେଷ୍ଠ ନାଗରିକ, ଅସହାୟ ଓ ସମାଜର ଦୁର୍ବଳ ବର୍ଗଙ୍କ ପ୍ରତି ସରକାରଙ୍କ ସମ୍ବେଦନଶୀଳତା ଏବଂ ଜନକଲ୍ୟାଣ ପ୍ରତି ଦୃଢ଼ ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ଉଦାହରଣ । ସେବା, ସୁଶାସନ ଓ ଗରିବ କଲ୍ୟାଣ ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ । ସମାଜର ଶେଷ ଧାଡ଼ିରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ସରକାରୀ ସହାୟତା ପହଂଚାଇବାକୁ ଆମେ ସଂକଳ୍ପବଦ୍ଧ ବୋଲି କହିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟୀ କର, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ଆରୁହା ମଣ୍ଡଳ ପ୍ରଭାରୀ ତପନ ମାହୁନ୍ତ, ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଅଭିଷେକ ରାଉତ, ବ୍ଲକ ପ୍ରତିନିଧି ସବ୍ୟସାଚୀ ସୁନ୍ଦରାୟ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ପୃଷ୍ଟିଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମକର୍ତା, ଜନପ୍ରତିନିଧି ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ । ଏହି ଜନକଲ୍ୟାଣମୂଳକ ପଦକ୍ଷେପ ଯୋଗୁଁ ଅଂଚଳର ବହୁ ବୟୋଜ୍ୟେଷ୍ଠ ଓ ଅସହାୟ ହିତାଧିକାରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande