ପିତାପଲ୍ଲୀ ଛକରେ ଦୁର୍ଘଟଣା, ସ୍କୁଲ୍ ଅଟୋକୁ ଧକ୍କା ଦେଲା ‘ଆମ ବସ୍
ଭୁବନେଶ୍ୱର, ୧୩ ନଭେମ୍ବର (ହି.ସ) ପିତାପଲ୍ଲୀ ଛକରେ ଦୁର୍ଘଟଣା ଘଟିଛି। ସ୍କୁଲ ଅଟୋକୁ ପିଟିଲା ଆମ ବସ୍। ଦୁର୍ଘଟଣାରେ ୭ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅଟୋ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉ
ପିତାପଲ୍ଲୀ ଛକରେ ଦୁର୍ଘଟଣା,     ସ୍କୁଲ୍ ଅଟୋକୁ ଧକ୍କା ଦେଲା ‘ଆମ ବସ୍


ଭୁବନେଶ୍ୱର, ୧୩

ନଭେମ୍ବର (ହି.ସ) ପିତାପଲ୍ଲୀ ଛକରେ ଦୁର୍ଘଟଣା

ଘଟିଛି। ସ୍କୁଲ ଅଟୋକୁ ପିଟିଲା ଆମ ବସ୍। ଦୁର୍ଘଟଣାରେ ୭ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ

ହୋଇଛନ୍ତି । ଅଟୋ ଚାଳକ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା

ଦେଖାଦେଇଛି । ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ବସ୍ ଡ୍ରାଇଭରଙ୍କୁ ମାଡ଼ ମାରିଛନ୍ତି । ଖବର ପାଇ

ଇନ୍ଫୋଭ୍ୟାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଥାନାକୁ ନେଇଛି ।

ଅନ୍ୟପଟେ ଗୁରୁତର ଆହତ ୭ ଛାତ୍ରଛାତ୍ରୀଙ୍କ ସମେତ ଅଟୋ ଚାଳକଙ୍କୁ ମେଡିକାଲ ପଠାଯାଇଛି । ପୋଲିସ

ହସ୍ତକ୍ଷେପ ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଦୁର୍ଘଟଣା କେମିତି ଘଟିଲା, ସେନେଇ ପୋଲିସର ତଦନ୍ତ ଜାରି ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande