
ଭୁବନେଶ୍ୱର,୧୩ ନଭେମ୍ବର (ହି.ସ.)- ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଶୁକ୍ରବାର ଦିନ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ପଲ୍ଲିଶ୍ରୀ ଷ୍ଟାଡିଅମ, ଡୁଡୁକା ଠାରେ ଆୟୋଜିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା - ୨୦୨୬' ରେ ଯୋଗଦେବା ସହ କୃଷି, ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀମାନଙ୍କୁ ସମ୍ମାନିତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଗ୍ରାମାଂଚଳର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଚାଷୀ ଭାଇଭଉଣୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶର ଏକ ପ୍ରମୁଖ ଭୂମିକା ରହିଛି। ଏହି ମେଳା ମାଧ୍ୟମରେ ସ୍ଥାନୀୟ ଚାଷୀମାନେ ଆଧୁନିକ ଜ୍ଞାନକୌଶଳ, ଉନ୍ନତ ମାନର ପ୍ରାଣୀପାଳନ ପଦ୍ଧତି ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ଅବଗତ ହୋଇପାରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା