ଛଠ୍ ପୂଜାର ପ୍ରଥମ ଅନୁଷ୍ଠାନ ‘ନହାୟ-ଖାୟ’ ଅବସରରେ ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୧୩ ନଭେମ୍ବର (ହି.ସ.)- ଲୋକଆସ୍ଥାର ମହାପର୍ବ ଛଠ୍ ପୂଜାର ପ୍ରଥମ ଅନୁଷ୍ଠାନ ‘ନହାୟ-ଖାୟ’ ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସମସ୍ତ ବ୍ରତଧାରୀ ମାଆ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଯେ
ଛଠ୍ ପୂଜା


ଭୁବନେଶ୍ୱର, ୧୩

ନଭେମ୍ବର (ହି.ସ.)- ଲୋକଆସ୍ଥାର ମହାପର୍ବ ଛଠ୍ ପୂଜାର ପ୍ରଥମ ଅନୁଷ୍ଠାନ ‘ନହାୟ-ଖାୟ’ ଅବସରରେ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସମସ୍ତ ବ୍ରତଧାରୀ ମାଆ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ଜଣାଇଛନ୍ତି।

ସେ ନିଜ ଏକ୍ସ ପୋଷ୍ଟରେ

କହିଛନ୍ତି ଯେ, ଛଠୀ ମାଆ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି

ଓ ଖୁସି ଭରିଦିଅନ୍ତୁ। ସମସ୍ତଙ୍କ ଉପରେ ଛଠୀ ମାଆଙ୍କ ଆଶୀର୍ବାଦ ସର୍ବଦା ରହିଥାଉ ବୋଲି ସେ କାମନା

କରିଛନ୍ତି।

ସେହିପରି ଲୋକଆସ୍ଥା, ପବିତ୍ରତା

ଓ ପ୍ରକୃତି ପ୍ରତି ଅତୁଟ ଶ୍ରଦ୍ଧାର ମହାପର୍ବ ଛଠ୍ ପୂଜାର ପ୍ରଥମ ଅନୁଷ୍ଠାନ ‘ନହାୟ-ଖାୟ’

ଅବସରରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଛଠ୍

ପୂଜାର ପ୍ରଥମ ଅନୁଷ୍ଠାନ ‘ନହାୟ-ଖାୟ’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ଛଠୀ ମାଆ

ଏବଂ ଭଗବାନ ସୂର୍ଯ୍ୟଦେବଙ୍କ କୃପା ସମସ୍ତଙ୍କ ଉପରେ ସର୍ବଦା ରହିଥାଉ। ଜୟ ଛଠୀ ମାଆ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande