ଡ. ମାୟାଧର ମାନସିଂହଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଅନ୍ୟମାନେ
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଡ. ମାୟାଧର ମାନସିଂହଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଅନ୍ୟମାନେ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କ
ମାୟାଧର ମାନସିଂ


ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଡ. ମାୟାଧର

ମାନସିଂହଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ, ବିରୋଧୀ

ଦଳ ନେତା ଓ ଅନ୍ୟମାନେ ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନ୍

ସାରସ୍ଵତ ସାଧକ,ବିଶିଷ୍ଟ କବି ଓ ଲେଖକ

ପଦ୍ମଶ୍ରୀ ମାୟାଧର ମାନସିଂହ ଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କର ଅମର ଆତ୍ମା ନିକଟରେ ମୋର

ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନ କବି ତଥା ଲେଖକ ମାୟାଧର ମାନସିଂହଙ୍କ

ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ।

ତାଙ୍କ କାଳଜୟୀ କବିତା ଓ ସାହିତ୍ୟ କୃତି ସର୍ବଦା ପ୍ରେରଣାଦାୟୀ।

ଉଚ୍ଚଶିକ୍ଷା ମନ୍ତ୍ରୀ

ସୂର୍ଯ୍ୟବଂଶୀ ସୂରଜ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର ଅମର

ପ୍ରତିଭା, ବିଶିଷ୍ଟ

କବି ତଥା ଲେଖକ, ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଜନ୍ମ ଜୟନ୍ତୀରେ

ଶ୍ରଦ୍ଧାସୁମନ।

ଓଡ଼ିଆ ଭାଷା, ସାହିତ୍ୟ

ଏବଂ ସଂସ୍କୃତିର ବିକାଶ ପାଇଁ ତାଙ୍କର ଅମୂଲ୍ୟ ଅବଦାନ ଏବଂ ସାଧନା ଆମ ସମସ୍ତଙ୍କ ପାଇଁ ସର୍ବଦା

ପ୍ରେରଣାର ସ୍ରୋତ ହୋଇ ରହିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ ଏକ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା ପଦ୍ମଶ୍ରୀ

ଡ଼ ମାୟାଧର ମାନସିଂହଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଚିରଦିନ ଅମର ରହିବ।

ସମ୍ବଲପୁର ସାଂସଦ

ଧର୍ମେନ୍ଦ୍ର ପ୍ରଧାନ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶାର ବିଶିଷ୍ଟ କବି ତଥା

ଔପନ୍ୟାସିକ 'ପ୍ରଣୟ କବି' ଡ. ମାୟାଧର ମାନସିଂହଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande