ଆଜି ନଅଗାଁରେ ବିଦ୍ୟୁତ୍ କେବଲିଂ କାର୍ଯ୍ୟର ଉଦ୍ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଆଜି ନଅଗାଁ (ଖ) ଠାରେ ଟିପିଡବ୍ଲୁଓଡିଏଲପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏଲ୍.ଟି. ଖୋଲା ତାରକୁ ଏ.ବି. କେବୁଲ୍ରେ ପରିବର୍ତ୍ତନ ତଥା ବିଦ୍ୟୁତ୍ କେବଲିଂ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ।
କେବୁଲିଂ


ଭୁବନେଶ୍ୱର, 13 ନଭେମ୍ବର (ହି.ସ.)- ଆଜି ନଅଗାଁ (ଖ)

ଠାରେ ଟିପିଡବ୍ଲୁଓଡିଏଲପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏଲ୍.ଟି. ଖୋଲା ତାରକୁ ଏ.ବି. କେବୁଲ୍ରେ ପରିବର୍ତ୍ତନ

ତଥା ବିଦ୍ୟୁତ୍ କେବଲିଂ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ

ମହାଲିଙ୍ଗ। ଗ୍ରାମାଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଏବଂ ସୁରକ୍ଷିତ କରିବା

ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି କେବଲିଂ କାର୍ଯ୍ୟ ଦ୍ୱାରା ଅଞ୍ଚଳବାସୀଙ୍କୁ

ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ମିଳିବା ସହ ଖୋଲା ତାର ଜନିତ ବିଦ୍ୟୁତ୍

ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ଭାବରେ ରୋକାଯାଇପାରିବ। ବିଶେଷକରି ଝଡ଼ବର୍ଷା ସମୟରେ ହେଉଥିବା

ବିଦ୍ୟୁତ୍ ବିଭ୍ରାଟରୁ ସ୍ଥାନୀୟ ଜନସାଧାରଣ ମୁକ୍ତି ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande