
ଜୟପୁର, ୧୩ ନଭେମ୍ବର(ହି.ସ.) – ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେଜେଡଏସଏସ)ର ଦ୍ୱିବାର୍ଷିକ ନିର୍ବାଚନ ଶୁକ୍ରବାର କୋରାପୁଟ ପ୍ରେସ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଛି। ନିର୍ବାଚନ କମିଟିର ନିଷ୍ପତିକ୍ରମେ ସଂଘର ନୂତନ ସଭାପତି ଭାବେ ଟି. ଗୌରୀଶଙ୍କର ଏବଂ ସାଧାରଣ ସମ୍ପାଦକ ଭାବେ ଅମିତାଭ ବେହେରା ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି।
ରାଜ୍ୟ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ବାଚନ ମନୋନୟନ ପ୍ରକ୍ରିୟାରେ ସମ୍ପନ୍ନ ହୋଇଥିଲା। ରାଜ୍ୟ ଓୟୁଜେ ଉପସଭାପତି ପରୀକ୍ଷିତ ବିଶ୍ୱାଳଙ୍କ ସମେତ ଅଜୟ ସାହୁ, ମନୋଜ ପଟ୍ଟନାୟକ, ପ୍ରତାପ ନିମାଲ, ଶରତ ନାୟକ, ତୁଷାରକାନ୍ତ ମହାନ୍ତି, ରାଜେନ୍ଦ୍ର ଗୌଡ଼, ମୁକ୍ତେଶ୍ୱର ନାୟକ, ଅମରେନ୍ଦ୍ର ପରିଚ୍ଛା ଓ ଭବାନୀ ମିଶ୍ରଙ୍କୁ ନେଇ ଗଠିତ ୧୦ ଜଣିଆ କମିଟି ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ କରିଥିଲା।
ନବନିର୍ବାଚିତ କର୍ମକର୍ତାଙ୍କ ମଧ୍ୟରେ ଉପସଭାପତି ଭାବେ ବିଜୟ ନାରାୟଣ ସାହୁ(ବୋରିଗୁମ୍ମା) ଓ ସି.ଏଚ୍. କୁରୁମା ରାଓ (ସେମିଳିଗୁଡ଼ା), ସହସମ୍ପାଦକ ଭାବେ ଯୁଧିଷ୍ଠିର ବାଗ (ଲକ୍ଷ୍ମୀପୁର) ଓ ସୁରେଶ ଲାମତା (ଲମତାପୁଟ) ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀକାନ୍ତ ଚୌଧୁରୀ(ପଟ୍ଟାଙ୍ଗି) ମନୋନୀତ ହୋଇଛନ୍ତି।
ସେହିପରି କାର୍ଯ୍ୟକାରୀ କମିଟିକୁ ଅକ୍ଷୟ ପଟ୍ଟନାୟକ(କୁନ୍ଦ୍ରା), ସୌମେନ୍ଦ୍ର ପଟ୍ଟନାୟକ(ବୈପାରୀଗୁଡ଼ା), ଦୁର୍ଗାପ୍ରସାଦ ପାଢ଼ୀ (ନନ୍ଦପୁର), ପ୍ରମୋଦ ଜେନା(ଲକ୍ଷ୍ମୀପୁର), ଗୋବିନ୍ଦ ରାଜୁ ସୁବୁଦ୍ଧି(ନାରାୟଣପାଟଣା), କ୍ଷୀରୋଦ ଭୋଳ(ସେମିଳିଗୁଡ଼ା), ରାଜଶେଖର ରାଓ (କୋଟପାଡ଼), ସନ୍ତୋଷ ପାତ୍ର(ଜୟପୁର), ପ୍ରମୋଦ ଖରା (ଦଶମନ୍ତପୁର), ଘନଶ୍ୟାମ ରଥ(କୋରାପୁଟ) ଓ ମୀନା ବେବରା(ବନ୍ଧୁଗାଁ) ମନୋନୀତ ହୋଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି