ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା “ପିଲାଙ୍କ ଅକ୍ଷୟ ସମ୍ମାନ” ଶିଶୁ କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ୟ୍ୟଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୬
Bhubaneswar, 17 ନଭେମ୍ବର (ହି.ସ.) ୩୭ତମ ପିକକ୍ ଶିଶୁମେଳାରେ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କ ସହ ନିକଟରେ ଦେହାନ୍ତ ହୋଇଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ଗୀତା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ଏହି ପ୍ରିୟ କଣ
ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା “ପିଲାଙ୍କ ଅକ୍ଷୟ ସମ୍ମାନ”  ଶିଶୁ କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ୟ୍ୟଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୬


Bhubaneswar, 17 ନଭେମ୍ବର (ହି.ସ.)

୩୭ତମ ପିକକ୍ ଶିଶୁମେଳାରେ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କ ସହ ନିକଟରେ ଦେହାନ୍ତ ହୋଇଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଓ ଗୀତା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ଏହି ପ୍ରିୟ କଣ୍ଠଶିଳ୍ପୀମାନଙ୍କ ଅବିସ୍ମରଣୀୟ ଗୀତଗୁଡ଼ିକୁ ଯୁବ ପ୍ରତିଭାମାନେ ପରିବେଷଣ କରି ଏକ ଭାବପୂର୍ଣ୍ଣ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଗୀତଗୁଡିକ ମଧ୍ୟରେ ଥିଲା ରେ ଆତ୍ମନ ନିଦ୍ରା ପରିହାରୀ......, ଏ ଜୀବନେ ମୋ ଜୀବନେ ହସ ନାହିଁ ଲୁହ ନାହିଁ...., ମୁ କାଲେ ବଡ ହେଲିଣି..., ଚିଠି ମୋର ଟିକି ଚଢେଇ...., ମାଝିରେ ଶେଷ ଶ୍ରାବଣ....., ପୂଣ୍ୟର ନଦୀ ତୀରେ....., ମା ତୁମେ ଜଗତର ସହ ଭରସା, ମୟବିନି ବନ ଜୋଛନା..., ଏ ଜୀବନ ତ ଏକ ନାଟକ..., ହୃଦୟର ଏହି ଶୂନ୍ୟତାକୁ..., କେଉଁ ନାମ ଧରି.., ଭସା ମେଘା ମୁଁ ଯେ ଭାସି ଯାଏ ଦୂରେ... ଇତ୍ୟାଦି । କଣ୍ଠଶିଳ୍ପୀ ମାନେ ଥିଲେ ସୌମ୍ୟାଶ୍ରୀ ଆଚାର୍ୟ୍ୟ, ଦିବ୍ୟେନ୍ଦୁ ମହାପାତ୍ର, ସିଦ୍ଧିସ୍ନା ବିନ୍ଧାଣି, ଦୀଶା ଦିବ୍ୟାନ୍ଶୀ ସାହୁ, ଗାର୍ଗୀ ପ୍ରିୟଦର୍ଶିନୀ, ଜିଜ୍ଞାସା ନାଥ, ସାଇ ସୁଧା, ଦିବ୍ୟାନ୍ଶୀ ରାଉତ, ଶ୍ରୀହାଂସିଶ ମହାରଣା, କୀର୍ତି ଚନ୍ଦ୍ର ସ୍ଵାଇଁ, ଆରୁଷ କର ଓ ସାୟାଂଶ ସୁମନ ସାହୁ । ଆଜିର କାର୍ୟ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ ଭୁବନେଶ୍ଵର ୟୁନିକର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ କୁମାର ପାଣି, ଆଲୋକ ପୃଷ୍ଟି, ଦେବାଶିଷ କର ଓ ଏମ ସୀମାଦ୍ରି । ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଆଜି ପୁରସ୍କୃତ କରଯାଇଥିଲା ।

ଶିଶୁ କଣ୍ଠଶିଳ୍ପୀ ସୌମ୍ୟାଶ୍ରୀ ଆଚାର୍ୟ୍ୟଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୬” ରେ ପୁରସ୍କୃତ କରଯାଇଥିଲା ।

ଏହି ଅବସରରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଳିତ ଓ ଶ୍ରୀମତୀ ବନ୍ଦିତା ଦାସ, ଖୋର୍ଦ୍ଧା ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଆଲ ଏବଂ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ୟୁନିକ୍ର ସଦସ୍ୟା ରୋଟାରିଆନ୍ ଆର୍ୟ୍ୟା ପାଣିଗ୍ରାହୀ, ସମାଜସେବୀ ରୁବି ରାଉତ ପ୍ରମୁଖ ଯୋଗଦେଇ ପିକକ୍ ର ଏହି ଉଦ୍ୟମକୁ ପ୍ରଶଂସା କରି ସ୍ଵର୍ଗତ ଅକ୍ଷୟ ମହାନ୍ତି, ପ୍ରଣବ ପଟ୍ଟନାୟକ ଓ ଗୀତା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି କହିଲେ ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ସେମାନଙ୍କୁ ପଢିବା ସହିତ ଅନ୍ୟାନ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦେବାପାଇଁ ମାତାପିତା ପ୍ରେରିତ କରିବା ଆବଶ୍ୟକ । ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ର ଅଧ୍ୟକ୍ଷା ଡଃ ମୀନାକ୍ଷୀ ପଣ୍ଡା, ସମ୍ପାଦକ ରଞ୍ଜନ ମହାନ୍ତି,କାର୍ୟ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି ଲକ୍ଷ୍ମୀକାନ୍ତ ମହାନ୍ତ, ମିଲିୟନ ମାର୍ଶାଲ ଟିୟୁ ପ୍ରମୁଖ କାର୍ୟ୍ୟକ୍ରମର ପରିଚାଳନା କରିଥିଲେ। ଆଜିର କାର୍ୟ୍ୟକ୍ରମ କୁ ସଂଯୋଜନା କରିଥିଲେ .ଆରୁଶି ଅଦ୍ଵିକା ଓ ହର୍ଶାଳି ଡୋରା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande