
କେନ୍ଦୁଝର, 18 ନଭେମ୍ବର (ହି.ସ.)
୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ପିପିଳିଆ ଓଭର ବ୍ରିଜ୍ ରେ ଗତ ମଧ୍ୟ ରାତ୍ରି ରେ ଏକ ୧୬ ଚକିଆ ଟ୍ରକ ଧକ୍କାରେ ଜଣେ ବାଇକ୍ ଚାଳକ ଙ୍କ ର ମୃତ୍ୟୁ ଘଟିଛି।ମୃତ ଯୁବକ ଜଣଙ୍କ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଡା ଗ୍ରାମ ର ପବିତ୍ର ବେହେରା ଙ୍କ ପୁଅ ସବ୍ୟସାଚୀ ବେହେରା (୩୩)ବୋଲି ଜଣାପଡିଛି।ଦୁର୍ଘଟଣା ପରେ ତାଙ୍କୁ ଖଣ୍ଟଘର ପଥକ ର ଗାଡ଼ି ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇ ଥିଲେ ମଧ୍ୟ ସେ ପ୍ରାଣ ହରାଇଛନ୍ତି।ଏ ନେଇ ଘଟଗାଁ ଥାନା କେଶ୍ ନଂ ୫୮୦/୨୦୨୬ ମୂଳେ ପୁଲିସ ବିଟ ଏ ଏସ ଆଇ ଖିରୋଦିନି ନିଆଲ ମୃତକ ର କେନ୍ଦୁଝର ରେ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ସମ୍ପର୍କୀୟ ଙ୍କୁ ହସ୍ତାନ୍ତର କରିଛନ୍ତି।ତେବେ ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ୧୬ ଚକିଆ କୁ ପୁଲିସ ସି ସି ଟି ଭି ରୁ ଚିହ୍ନଟ କରିଥିବା ଜଣାପଡ଼ିଛି ।ମୃତକ ଜଣେ ସେନା କର୍ମଚାରୀ ବୋଲି ଜଣାପଡିଥିବା ବେଳେ ସେ କେନ୍ଦୁଝର ରେ କାମ ସାରି ବାଇକ୍ ଯୋଗେ ଗ୍ରାମ କୁ ଫେରୁଥିବା ବେଳେ ପିପିଳିଆ ରେ ଦୁର୍ଘଟଣା ର ଶିକାର ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA