ନାରିଗାଁର ବର୍ଷୀୟାନ ରାଜନେତା ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ବିୟୋଗ
ଜୟପୁର, ୧୭ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ବରିଗୁମ୍ମା ବ୍ଲକ ନାରିଗାଁ ଗ୍ରାମର ବର୍ଷୀୟାନ ରାଜନେତା ଶ୍ରୀ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ହଠାତ୍ ବିୟୋଗ ଖବର ସମସ୍ତଙ୍କୁ ଗଭୀର ମର୍ମାହତ କରିଛି। ସୋମବାର ଦିନ ନାରିଗାଁ ନିଜ ବାସଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ଶତାଧିକ ଲୋକଙ୍କ ଉପସ୍ଥ
ନାରିଗାଁର ବର୍ଷୀୟାନ ରାଜନେତା ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ବିୟୋଗ


ଜୟପୁର, ୧୭ ନଭେମ୍ବର (ହି.ସ.) - କୋରାପୁଟ ଜିଲ୍ଲା ବରିଗୁମ୍ମା ବ୍ଲକ ନାରିଗାଁ ଗ୍ରାମର ବର୍ଷୀୟାନ ରାଜନେତା ଶ୍ରୀ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ହଠାତ୍ ବିୟୋଗ ଖବର ସମସ୍ତଙ୍କୁ ଗଭୀର ମର୍ମାହତ କରିଛି। ସୋମବାର ଦିନ ନାରିଗାଁ ନିଜ ବାସଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ଶତାଧିକ ଲୋକଙ୍କ ଉପସ୍ଥିତି ରେ ଗ୍ରାମ ଶ୍ମସାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଶେଷ ସମୟ ରେ ବଡ଼ ପୁଅ ଉମାକାନ୍ତ, ଅନ୍ତର୍ଯ୍ୟାମୀ, ସଦାଶିବ, ସନ୍ତୋଷ ମିଶ୍ର ଙ୍କ ସହ ପାରିବାର ବର୍ଗ ଉପସ୍ଥିତ ରହି ଥିଲେ।୧୯୬୭ ମସିହା ନବ ଗଠିତ ଗ୍ରାମ ପଂଚାୟତ ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ସରପଂଚ ହୋଇଥିବା ବେଳେ ସାଧାରଣ ଜନତାଙ୍କ ପ୍ରିୟଭାଜନ ହୋଇ ଦୀର୍ଘ ୨୦ ବର୍ଷ କ୍ରମାନ୍ୱୟରେ ସରପଂଚ ଦାୟିତ୍ୱ ତୁଲାଇଥିଲେ।ସ୍ଥାନୀୟ ସମବାୟ ସଂସ୍ଥା କାମତାର ସଭାପତି ଏବଂ କୂଷକ ସମାଜର ସଭାପତି ଦାୟିତୃକୁ ନିଷ୍ଠାର ସହ ତୁଲାଇ ଥିଲେ। ନାରିଗାଁ ମଧ୍ୟ ଇଂରାଜୀ ବିଦ୍ୟାଳୟର ସଭାପତି ଏବଂ ୧୯୮୪ ମସିହା ଠାରୁ ନରସିଂହ ମହାବିଦ୍ୟାଳୟର ସଭାପତି ସରକାର ମାନ୍ୟତା ପାଇବା ଯାଏ ଦାୟିତ ସମ୍ପନ୍ କରିଥିଲେ । ମୁରାଣ ନଦୀବନ୍ଧ ଯୋଜନାରେ କାର୍ଯ୍ୟରତ ଅସଂଗଠିତ,ଅବହେଳିତ ଜୁଲି ମଜୁରିଆଙ୍କୁ ସଂଗଠିତ କରି ସଂଗଠନର ସଭାପତି ଦାୟିତ୍ୱ ନିର୍ବାହ କରି ସେମାନଙ୍କ ନ୍ୟାର୍ଯ୍ୟ ଦାତୀ ଗୁଡ଼ିକୁ କୋରାପୁଟ ଜିଲ୍ଲା ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଇ ପାରିଥିଲେ । ସ୍ୱର୍ଗତ ବିଜୁ ବାବୁ ଆପଣଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନତା ଦଳ ପାର୍ଟିକ ଉପସଭାପତି ଦାୟିତ୍ୱ ପ୍ରଦାନ କରିଥିଲେ । ବର୍ତମାନ ଯାଏଁ ବିଜୁ ଜନତା ଦଳର ଆପଣ ଜଣେ ସଦ୍ୟ ସଂଗଠିତ ଭାବେ ପରିଚିତ ହୋଇ ଆସୁଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande