ଅଗ୍ନିବୀର ଚୟନ ଶିବିରରେ ଯୁବକଙ୍କ ମୃତ୍ୟୁ
ଜୟପୁର, ୧୭ ନଭେମ୍ବର (ହି.ସ.) - ଜୟପୁରଠାରେ ଚାଲିଥିବା ଅଗ୍ନିବୀର ଚୟନ ଶିବିରରେ ଯୋଗଦେବାକୁ ଆସିଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗ୍ରାମର ମୁକେଶ ସେଠୀ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ,
ଅଗ୍ନିବୀର ଚୟନ ଶିବିରରେ ଯୁବକଙ୍କ ମୃତ୍ୟୁ


ଜୟପୁର, ୧୭ ନଭେମ୍ବର (ହି.ସ.) - ଜୟପୁରଠାରେ ଚାଲିଥିବା ଅଗ୍ନିବୀର ଚୟନ ଶିବିରରେ ଯୋଗଦେବାକୁ ଆସିଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗ୍ରାମର ମୁକେଶ ସେଠୀ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୋପାଳପୁରସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନର ସହଯୋଗରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର କ୍ରୀଡ଼ାଙ୍ଗନଠାରେ ଛଅ ଦିନିଆ ଅଗ୍ନିବୀର ଚୟନ ଶିବିର ଆୟୋଜନ କରାଯାଇଛି। ସୋମବାର ମୁକେଶଙ୍କ ସମେତ ପ୍ରାୟ ଶହ ଶହ ପ୍ରାର୍ଥୀ ଏହି ଶିବିରରେ ଯୋଗଦେଇଥିଲେ।

ଚୟନ ପ୍ରକ୍ରିୟାରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିବା ବେଳେ ମୁକେଶ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସମ୍ପର୍କରେ କୋରାପୁଟ ଟାଉନ ଥାନା ଅଧିକାରୀ ସତ୍ୟେନ୍ଦ୍ର ପାତ୍ର କହିଛନ୍ତି ଯେ ଘଟଣାକୁ ନେଇ ଏକ ମାମଲା ରୁଜୁ କରାଯାଇଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande