ଗୋଷ୍ଟାଷ୍ଟମୀରେ ଶ୍ରୀ ବଳଦେବଜୀଉଙ୍କ କାଳୀୟ ଦଳନ ବେଶ
କେନ୍ଦ୍ରାପଡ଼ା , 17 ନଭେମ୍ବର (ହି.ସ.) - ପବିତ୍ର ଗୋଷ୍ଟାଷ୍ଟମୀରେ ପ୍ରଭୁ ବଳଦେବ ଜୀଉ ଙ୍କ କାଳୀୟ ଦଳନ ବେଶ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଗୋଷ୍ଟାଷ୍ଟମୀ ତୀଥିରେ ପ୍ରଭୁ ବଳଦେଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଛି . ସନ୍ଧ୍ୟା ନୀତି ସମ୍ପନ୍ନ ପରେ ବେଶ ଅନୁଷ୍ଠିତ ହୋଇଥିଲା ବେଶ ସମ୍
ଗୋଷ୍ଟାଷ୍ଟମୀରେ ଶ୍ରୀ ବଳଦେବଜୀଉଙ୍କ କାଳୀୟ ଦଳନ ବେଶ


କେନ୍ଦ୍ରାପଡ଼ା , 17 ନଭେମ୍ବର (ହି.ସ.) - ପବିତ୍ର ଗୋଷ୍ଟାଷ୍ଟମୀରେ ପ୍ରଭୁ ବଳଦେବ ଜୀଉ ଙ୍କ କାଳୀୟ ଦଳନ ବେଶ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଗୋଷ୍ଟାଷ୍ଟମୀ ତୀଥିରେ ପ୍ରଭୁ ବଳଦେଜୀଉଙ୍କ କାଳୀୟ ଦଳନ ବେଶ ଅନୁଷ୍ଠିତ ହୋଇଛି . ସନ୍ଧ୍ୟା ନୀତି ସମ୍ପନ୍ନ ପରେ ବେଶ ଅନୁଷ୍ଠିତ ହୋଇଥିଲା ବେଶ ସମ୍ପନ୍ନ ପରେ ଆଳତି କରାଯାଇ ସାହାଣ ମେଲା କରାଯାଇଥିଲା ବହୁ ଭକ୍ତ ଏହି ବେଶସଜିତ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ . ଆସନ୍ତା ଦଶମୀ ପଞ୍ଚୁକ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ ଶ୍ରୀ ଜୀଉଙ୍କ ର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନିକ ଅଧିକାରୀ ଶ୍ରୀ ଯୁକ୍ତ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି .

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande