
ଭଦ୍ରକ, ୧୭ ନଭେମ୍ବର (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମାଇଁ ଭାରତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ଥିଲା ନିଶା ମୁକ୍ତ ଯୁବ ଫର ବିକଶିତ ଭାରତ,ଦେଶର ବିକାଶ ପାଇଁ ଯୁବ ପିଢିଙ୍କୁ ନିଶା ଠାରୁ ଦୂରେଇ ରଖିବା ନେଇ ଏହି ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ରଞ୍ଜନ ସାହୁ,ଜିଲ୍ଲା ଯୁବ ଅଧିକାରୀ ଫାଉଦ୍ ମହମ୍ମଦ,ମାଇଁ ଭାରତର ଏପିଏମ୍ ଅମୃତମ୍ ରାଉତ ଏବଂ ଏନ୍.ଏସ୍.ଏସ୍ ନୋଡ଼ାଲ ଅଫିସର ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ବିଭିନ୍ନ କଲେଜରୁ ଆସିଥିବା ୪୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ତେବେ ଏହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ମାଇଁ ଭାରତ ର ସ୍ୱେଚ୍ଚାସେବୀମାନେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ