
ଧର୍ମଶାଳା,୧୭ ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମା ଲାଲବାହାଦୁର ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ପଶୁପାଳନ ପାଇଁ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଯୋଗାଇ ଦେବା ସହ ରୁଣ ମଧ୍ୟ ପ୍ରଦାନ କରୁଚନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର,ବିଡିଓ ଜ୍ୟୋତିର୍ମୟ କର,ଜିଲ୍ଲା ଚିକିତ୍ସାଧିକାରୀ ଚନ୍ଦ୍ରଭାନୁ ମହାନ୍ତି, ବ୍ଲକ ଚିକିତ୍ସାଧିକାରୀ ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ପଶୁ ସଂପଦ ଚାଷ ଗୋପାଳନ, କୁକୁଡା ପାଳନ ଓ ମାଛ ଚାଷ ସଂପର୍କରେ ଆଲୋକପାତ କରିଥିଲେ । ଏହି ଶିବିରରେ ବ୍ଲକ ସ୍ତରର ହଜାର ହଜାର ସଂଖ୍ୟାରେ ଚାଷୀ ଯୋଗଦେଇଥିଲେ । ଏହି ଅବସରରେ ଗୋପାଳନ, କୁକୁଡା ଓ ମାଛ ଚାଷ କରୁଥିବା କତେକ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଅଗ୍ରଣୀ ଚାଷୀଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ ଚେକ ଅକାରରେ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି ମେଳାରେ ୨୫ରୁ ଉର୍ଦ୍ଧ ପଶୁ ସଂପଦ ଚାଷ ସମ୍ବନ୍ଧିୟ ଷ୍ଲଲ ପଡିଥିଲା । ଯାହାକୁ ଚାଷୀମାନେ ବୁଲି ଦେଖିବା ସହିତ ପ୍ରାଣିଧନ ଚାଷ ଉପରେ ଅନେକ ପ୍ରେରଣା ପାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ