
ଧର୍ମଶାଳା, ୧୭ ନଭେମ୍ବର(ହି.ସ.) : ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାରେ ଗତକାଲି ବିଳମ୍ବିତ ରାତିରେ ଏକ ଗ୍ରୋସରୀ ଦୋକାନର କବାଟ ତାଲା ଭାଙ୍ଗି ନଗଦ ଟଙ୍କା ଓ ବହୁ ଗ୍ରୋସରୀ ସାମଗ୍ରୀ ଚୋରି କରିନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଜାରକା ବଜାରରେ ଗ୍ରୋସରୀ ଦୋକାନ କରିଥିବା ପ୍ରକାଶ ସାହାଣି ସବୁଦିନ ପରି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ରାତ୍ର ଜଗୁଆଳ ଠାରୁ ଫୋନ ପାଇ ଆସି ଦେଖନ୍ତିତ ତାଙ୍କ ଦୋକାନର ତାଲାଭଙ୍ଗା ଯାଇଛି । ପରେ ସେ ଦୋକାନ ଭିତରକୁ ପସି ଦେଖନ୍ତିତ ଗତକଲି ଦୋକାନରେ ସେ ରଖିଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଓ ବହୁ ଗ୍ରୋସରୀ ସାମଗ୍ରୀକୁ ଦୁର୍ବୃତମାନେ ଚୋରି କରି ନେଇଯାଇଛନ୍ତି । ଏନେଇ ଦୋକନ ମାଲିକ ପ୍ରକାଶ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିବା ଜଣାଯାଇଛି । ତେବେ ଏସଂପର୍କରେ ପୁଲିସ କିଛି ନକହି ଘଟଣାକୁ ଆଡେଇ ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ