
କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) -ଜିଲ୍ଲା ନିର୍ବାଚନ କାର୍ୟ୍ୟାଳୟ କେନ୍ଦ୍ରାପଡ଼ା ତରଫରୁ ସାକ୍ଷାରତା କ୍ଲବ-୨୦୨୬ କାର୍ୟ୍ୟକ୍ରମ ଅଧୀନରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ଶୁଦ୍ଧ ଭୋଟର ତାଲିକାର ଗୁରୁତ୍ୱ ଏବଂ ମତଦାନର ଗୁରୁତ୍ୱ। କୁଇଜ ପ୍ରତିଯୋଗିତାରେ ଋଠଗ ଓ ଠଠଚଇଞ, ମତଦାନ ଓ ଭୋଟ ଗଣତି ପ୍ରକ୍ରିୟା ତଥା ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ପ୍ରଶ୍ନ ଅନ୍ତର୍ଭୁକ୍ତ ଥିଲା। ପ୍ରତିଯୋଗିତା ଜିଲ୍ଲାସ୍ତର, ଋଖଉ ସ୍ତର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ଅନୁଷ୍ଠିତ ହୋଇଥିଲା ଏବଂ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ଚୟନ ହୋଇଥିଲେ।ବିଚାରକ ମଣ୍ଡଳୀରେ ଶିକ୍ଷାବିଦ ନନ୍ଦ କିଶୋର ପରିଡା, ତୁଳସୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଆଶୁତୋଷ ରାଉତ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ. ପୂର୍ବାଶା ପ୍ରିୟଦର୍ଶିନୀ ଏବଂ ରାଜନୀତି ବିଜ୍ଞାନର ଅଧ୍ୟାପିକା ମନୀଷା ଦାସ ସ୍ଥାନ ପାଇଥିଲେ।ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା ପ୍ରତିଯୋଗିତାକୁ ଗସ୍ତ କରି ନିରୀକ୍ଷଣ କରିଥିଲେ। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସମେତ ଡେପୁଟି କଲେକ୍ଟର (ନିର୍ବାଚନ) ଅମୀୟ କେତନ ସ୍ୱାଇଁ ଏବଂ ସେକସନର ଅନ୍ୟ କର୍ମଚାରୀମାନେ କାର୍ୟ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ।ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି ପାଇବା ସହ ଶୁଦ୍ଧ ଭୋଟର ତାଲିକା ଏବଂ ମତଦାନର ଗୁରୁତ୍ୱ ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବାରେ ସହାୟକ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରବି