
ରାଉରକେଲା, ୧୭ ନଭେମ୍ବର (ହି.ସ.) ରାଉରକେଲା ବ୍ଲକ ଏଜୁକେଶନ ଅଫିସର ଜଣେ ମହିଳାଙ୍କ ଚରିତ୍ର କୁ ନେଇ ନାନା କଥା କହୁଥିବା ଓ ଗୁଣ୍ଡା ଲଗାଇ ସେ କରିଥିବା ବିଦ୍ୟାଳୟର ଘରକୁ ଦଖଲ କରାଇବା ଭଳି ଉଦ୍ୟମ ବିରୋଧରେ ରାଉରକେଲାର ଜଣେ ଶିକ୍ଷୟତ୍ରୀ ମହିଳା ରାଜ୍ୟ ଏଲିମେଂଟାରୀ ଡାଇରେକ୍ଟର ଙ୍କ ପାଖରେ ଫେରାଦ ହୋଇଥିବା ଖବର ମିଳିଛି । ମହିଳା ଜଣକ ହେଲେ ଜୟନ୍ତୀ ଦାସ ସେ ରାଉରକେଲାରେ ଏକ ବିଦ୍ୟାଳୟ ଚଲାନ୍ତି, ସେହି ବିଦ୍ୟାଳୟକୁ କିଛି ଗୁଣ୍ଡା ଙ୍କୁ ହସ୍ତାନ୍ଥର କରିବା ଲାଗି ରାଉରକେଲା ଶିକ୍ଷାଧିକାରୀ ଉଦ୍ୟମ କରିବା ଓ ସେ ଗୁଣ୍ଡା ମାନଙ୍କୁ ନିଜେ ଚିଠି କରି ସେ ବିଦ୍ୟାୟକୁ ଦଖଲ କରି ବା ଲାଗି କହିବା ଏଥିରେ ସ୍ୱର ଉତୋଳନ ସେ ମହିଳା ଜଣକ କରିବାରୁ ତାଙ୍କ ଚରିତ୍ରକୁ ନେଇ ନାନା କଥା କହିବା ଭଳି ଅଭିଯୋଗ କରିଛନ୍ତି ଜୟନ୍ତୀ ଦାସ । ରାଉରକେଲା ଏସପି ଏଡିଏମ ଓ ଜିଲ୍ଲାପାଲଙ୍କୁ ସବୁ ଜଣାଇ ନିରାଶ ହେବା ପରେ ମହିଳା ଜଣକ ଏଭଳି କରିଥିବା କହିଛନ୍ତି । ରାଜ୍ୟ ଏଲିମେଂଟାରୀ ଡାଇରେକ୍ଟର ଏହା ଜାଣିବା ପରେ ତୁରନ୍ତ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଥିବା ଖବର ମିଳିଛି । ତାଙ୍କ ଅଧିନରେ ଥିବା ଅଧିକାରୀ ମାନେ ତୁରନ୍ତ ଏନେଇ ତତ୍ପରତା ଦେଖାଇଥିବା ମହିଳା ଜଣକ କହିଛନ୍ତି । ଅଭିଯୋଗ କାରୀ ମହିଳା ଶ୍ରୀମତୀ ଦାସ ଆହୁରୀ କହିଛନ୍ତି ଯେ ସେ ବିଇଓ ଅଫିସ ଏବେ ଦୁର୍ନିତୀର ଗନ୍ତା ଘର ପାକଟିଛି , ବିଭାଗୀୟ ମନ୍ତ୍ରୀ ଡାଇରେକ୍ଟର ତାଙ୍କ ଠାରୁ ମାସିକିଆ ନେଉଛନ୍ତି ତାଙ୍କର କେହିକିଛି କରିପାରିବେ ନାହିଁ ବୋଲି ବିଇଓ ରାଉରକେଲା ବିଶ୍ରା ହାତ ବାଡେଇ କହୁଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି ।ଖାଲି ସେତିକି ନିୁହେଁ ଘରୋଇ ବିଦ୍ୟାଳୟ କରିବା ଏବେ ରାଉରକେଲାରେ ଏକ ବେପାର ହୋଇଛି । ଏଥିଲାଗି କିଛି ସୁବିଧା ଥାଉ ନଥାଉ ବିଇଓ ରାଉରକେଲା ଙ୍କୁ ମୋଟା ଅଙ୍କର ପଇସା ଦେଇ ଦେଲେ ସେ କିୁଆଡେ ଅନୁମତି ଦେଇ ଦେଉଛନ୍ତି ।୨୦୨୪/୨୫ ରେ ଏହି ଭଳି ୩୦ ରୁ ଅଧିକ ବିଦ୍ୟାଳୟକୁ ଅନୁମତି ଦେଇ ରାଉରକେଲା ବିଇଓ ୬ କୋଟୀ ଟଙ୍କା ରୋଜଗାର କରିଥିବା ଖବର ମିଳିଛି ।ଏହି ଅଫିସ ରେ କାମ କରୁଥିବା କିଛି ଅଧା ସରକାରୀ କିରାଣି ଏବେ କୋଟୀ ପତି,ସେମାନଙ୍କ ମାଧ୍ୟମରେ ବିଇଓ କାରବାର କରୁଥିବା ଖବର ମିଳିଛି । ଘରୋଇ ବିଦ୍ୟାଳୟ ମାନଙ୍କ ଠାରୁ ଏମାନଙ୍କର ଘର ଭଡା , ଗାଡି ତେଲ ଠାରୁ ଆରମ୍ଭ କରି ସଂଜ ବେଳ ର ମଦ୍ୟପାନ ବି ଆଦାୟ କରାଯାଉଥିବା କୁହାଯାଉଛି । ରାଉରକେଲା ର ଅଫିସ ଏବେ ଶିକ୍ଷାର ଉନ୍ନତି ଯାଗାରେ ନିଜର ଆର୍ôଥକ ଉନ୍ନତି ଲାଗି ବ୍ୟସ୍ତ । ରାଜ୍ୟ ସରକାର କେବେ ଏଦିଗରେ ଦୃଷ୍ଟି କେତେ ଦେଉଛନ୍ତି ତାହା ସମୟ କହିବ ।
---------------
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ