ବହୁ ଚର୍ଚ୍ଚିତ ତିଖିରୀ ପଂଚାୟତରେ ବୁଲିଲା ବୁଲଡୋଜର
କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଧିନ ତିଖିରି ଗାଁ କୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶରେ ଆଜି ବୁଲଡୋଜର ଆକ୍ସନ ଆରମ୍ଭ ହୋଇଛି କ୍ଷ ଜବରଦଖଲ ଉଚ୍ଛେଦ ପାଇଁ ଗାଁର ୧୨୪ ଜଣଙ୍କୁ ହୋଇଛି ନୋଟିସ କରିଛି ପ୍ରଶାସନ
ବହୁ ଚର୍ଚ୍ଚିତ ତିଖିରୀ ପଂଚାୟତରେ ବୁଲିଲା ବୁଲଡୋଜର


କେନ୍ଦ୍ରାପଡ଼ା, 17 ନଭେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅଧିନ ତିଖିରି ଗାଁ କୁ ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ କରିବା ପାଇଁ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶରେ ଆଜି ବୁଲଡୋଜର ଆକ୍ସନ ଆରମ୍ଭ ହୋଇଛି କ୍ଷ ଜବରଦଖଲ ଉଚ୍ଛେଦ ପାଇଁ ଗାଁର ୧୨୪ ଜଣଙ୍କୁ ହୋଇଛି ନୋଟିସ କରିଛି ପ୍ରଶାସନ . ପ୍ରଶାସନର ନୋଟିସ ପରେ ଆଜି ଉଚ୍ଛେଦ କାମ ଆରମ୍ଭ ହୋଇଥିଲା . ତିଖିରି ଗାଁର ୬ ଗୋଟି ୱାର୍ଡରୁ ଜବରଦଖଲ ଉଚ୍ଛେଦ କରାଯିବ . ଗାଁର ସାଧାରଣ ସଡକ, ପୋଖରୀ, କେନାଲବନ୍ଧ, ଖେଳ ପଡିଆ, ଗୋଚର ଜମି ଦୀର୍ଘ ବର୍ଷ ଧରି ଜବରଦଖଲ ରେ ରହିଛି କ୍ଷ ଏହାଦ୍ୱାରା ଗାଁ ରାସ୍ତା ସଂକୀର୍ଣ୍ଣ ହୋଇଯିବା ସହ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହେଉଛି . ଏମିତିକି ଗାଁ ଭିତରକୁ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିଁ . ଗାଁକୁ ଜବରଦଖଲ ମୁକ୍ତ କରିବା ପାଇଁ ତିଖିରି ଗାଁର ବାସିନ୍ଦା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ଼ ଦେବେନ୍ଦ୍ର ବେହେରା ହାଇକୋର୍ଟ ଙ୍କ ଦ୍ଵାରସ୍ଥ ହୋଇଥିଲେ କ୍ଷ କେନ୍ଦ୍ରାପଡା ଜିଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଆଜି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି କ୍ଷ ଗାଁ ରାସ୍ତା ୨୨ ଫୁଟ ଚଉଡା କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି . ଉଚ୍ଛେଦ ସମୟରେ ମହାକାଳପଡ଼ା ଅତିରିକ୍ତ ତହସିଲଦାର, ମାର୍ଶାଘାଇ ପୋଲିସ ଉପସ୍ଥିତ ଥିଲେ .

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande