
ପୁରୀ , 18 ନଭେମ୍ବର (ହି.ସ.)- ସହୀଦ ଜୟୀ ରାଜଗୁରୁ ସାହସ, ଶୌର୍ଯ୍ୟ ଓ ଅଦମ୍ୟ ବୀରତ୍ବର ପ୍ରତୀକ।ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ବୀରହରେକୃଷ୍ଣପୁର ଶାସନ ବ୍ରାହ୍ମଣ ମହାଜନାନ୍ କୋଠ, ଶହୀଦ ଜୟୀ ରାଜଗୁରୁ ଜନ୍ମଭୂମି ବିକାଶ ପରିଷଦ ପକ୍ଷରୁ ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନ ବୀର ହରେକୃଷ୍ଣପୁର ଛକ ନିକଟସ୍ଥ ପ୍ରତିମୂର୍ତ୍ତି ଓ ବୀର ହରେକୃଷ୍ଣପୁର ଗ୍ରାମରେ ଥିବା ଜୟୀ ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ଆଜି ଅଁଳା ନବମୀ ତିଥିରେ ସହୀଦ ଙ୍କ ଜନ୍ମ ଦିବସ ଅବସରରେ ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜୟୀ ରାଜଗୁରୁ ଙ୍କ ସ୍ମୃତି ଚାରଣ କରି ସଂଗ୍ରାମୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ସମ୍ବିତ କୁମାର ଶତପଥୀ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିଷେକ ବେହେରା,ବୀରହରେକୃଷ୍ଣପୁର ଶାସନ ବ୍ରାହ୍ମଣ ମହାଜନାନ୍ କୋଠର ସଭାପତି ପ୍ରଣବାନନ୍ଦ ରଥ, ସମ୍ପାଦକ ଦେବୀପ୍ରସାଦ ମହାପାତ୍ର, ଉପସଭାପତି ପ୍ରକାଶ ଚନ୍ଦ୍ର ରଥ, ସହସମ୍ପାଦକ ରବିନାରାୟଣ ଦାଶ ଏବଂ ସଦସ୍ୟ ତ୍ରିଲୋଚନ ଦାଶ, ଜ୍ଞାନରଞ୍ଜନ ରଥ, ଚିନ୍ମୟୀ ମିଶ୍ର, ହରିଶଙ୍କର ମିଶ୍ର ଓ ଦୀପକ କୁମାର ଦାଶ ,ଅଶୋକ କୁମାର ରଥ,
ଶହୀଦ ଜୟୀ ରାଜଗୁରୁ ଜନ୍ମଭୂମି ବିକାଶ ପରିଷଦର ସଭାପତି ରାଜେଶ ରଥ, ସମ୍ପାଦକ ଶକ୍ତି ପ୍ରସାଦ ମିଶ୍ର ଏବଂ ସଦସ୍ୟ ସ୍ୱଦେଶ ରଥ ଓ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ କରିଥିଲେ।ପୂର୍ବରୁ ପୁରୀ ରେଲୱେ ଷ୍ଟେସନ ଠାରେ ଥିବା ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମାଲ୍ୟାର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ