
ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ଟିଟିଲାଗଡ଼ ସହରର ବିକାଶକୁ ମିଳିବ ନୂଆ ଗତି। ଏମ୍ଏସ୍ବିୱାଇ ଯୋଜନା ଅଧୀନରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ଟିଟିଲାଗଡ଼ ପୌରପାଳିକାର ତିନୋଟି ଅତିରିକ୍ତ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଏଥିପାଇଁ ମୋଟ ୭ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସରକାରଙ୍କ ପକ୍ଷରୁ ନଭେମ୍ବର ୧୬ ତାରିଖରେ ଜାରି ଚିଠି ଅନୁସାରେ, ଟିଟିଲାଗଡ଼ ପୌରପାଳିକାରେ ମଲ୍ଟି ମାର୍କେଟ୍ କମ୍ପେ୍ଲକ୍ସ ସହ ଥିଏଟର ହଲ୍ ନିର୍ମାଣ ପାଇଁ ୫ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ମହାରାଜ ସାଗରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ଏବଂ ମହାରାଜ ସାଗରର ପୂର୍ବ ପାର୍ଶ୍ୱରେ ଫୁଡ୍ କୋର୍ଟ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଆରମ୍ଭ କରି ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ କରିବାକୁ ଟିଟିଲାଗଡ଼ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଟିଟିଲାଗଡ଼ ସହରର ଭିତିଭୂମି, ପର୍ଯ୍ୟଟନ ଓ ବ୍ୟବସାୟିକ କ୍ଷେତ୍ରର ବିକାଶରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ