
ପୁଣେ, ୧୮ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଓ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ବୁଧବାର ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ହୋଇଛି। ଏହି ଦୁଇ ନେତାଙ୍କ ସାକ୍ଷାତକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ତେବେ ବୈଠକରେ କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି, ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ସାମ୍ନାକୁ ଆସିନାହିଁ। ଏହା ସତ୍ୱେ ରାଜନୈତିକ ବିଶେଷଜ୍ଞମାନେ ଏହି ସାକ୍ଷାତକୁ ରାଜ୍ୟର ବର୍ତମାନର ରାଜନୈତିକ ପରିସ୍ଥିତି ଏବଂ ଶାସକ ମହାମେଂଟର ଆଗାମୀ ରଣନୀତି ସହ ଯୋଡ଼ି ଦେଖୁଛନ୍ତି।
କୁହାଯାଉଛି ଯେ, ବୈଠକ ସମୟରେ ମହାରାଷ୍ଟ୍ରର ବିକାଶ ସମ୍ପର୍କିତ ପ୍ରସଙ୍ଗ, ପ୍ରଶାସନିକ ପ୍ରାଥମିକତା ଏବଂ ରାଜନୈତିକ ପରିସ୍ଥିତି ଉପରେ ବିଚାରବିମର୍ଶ ହୋଇଥାଇପାରେ। ଏହାବ୍ୟତୀତ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମେଂଟର ରଣନୀତି ଏବଂ ଭବିଷ୍ୟତର ରାଜନୈତିକ ଦିଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥାଇପାରେ। ତେବେ ଏହି ପ୍ରସଙ୍ଗଗୁଡ଼ିକର କୌଣସି ସରକାରୀ ବୟାନ ଦ୍ୱାରା ପୁଷ୍ଟି ହୋଇନାହିଁ।
ବୈଠକର ଗୋପନୀୟତା ଏବଂ ଦୁଇ ନେତାଙ୍କ ଏହି ସାକ୍ଷାତ ଏହାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଦେଇଛି। ଏଭଳି ସମୟରେ ମହାରାଷ୍ଟ୍ରରେ ରାଜନୈତିକ ସମୀକରଣକୁ ନେଇ ଲଗାତାର ଚର୍ଚ୍ଚା ଚାଲିଥିବାବେଳେ ଅମିତ ଶାହ ଓ ଏକନାଥ ସିନ୍ଦେଙ୍କ ଏହି ସାକ୍ଷାତକୁ ବିଭିନ୍ନ ସମ୍ଭାବ୍ୟ ରାଜନୈତିକ ସଙ୍କେତ ଭାବେ ଦେଖାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ