
ଟୋକିଓ, ୧୮ ନଭେମ୍ବର(ହି.ସ.) – ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ବୁଧବାର କହିଛନ୍ତି ଯେ ଦ୍ରୁତ ଗତିରେ ବଦଳୁଥିବା ବୈଶ୍ୱିକ ପରିଦୃଶ୍ୟ ଏବଂ ଆର୍ôଥକ ଅନିଶ୍ଚିତତା ମଧ୍ୟରେ ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗକୁ ମଜବୁତ କରିବା ସମୟର ଆବଶ୍ୟକତା। ସେ କହିଥିଲେ ଯେ ଉଭୟ ଦେଶ ପାଇଁ ଆର୍ôଥକ ସୁରକ୍ଷା ହେଉଛି ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିପାଇଁ ଜାତୀୟ ସାମର୍ଥ୍ୟକୁ ସୁଦୃଢ଼ କରିବା ସହିତ ବିଶ୍ୱସନୀୟ ଭାଗିଦାରୀର ସମ୍ପ୍ରସାରଣ ଆବଶ୍ୟକ।
ଏଠାରେ ରାଇସିନା ଟୋକିଓ ୨୦୨୬ର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ବିଶ୍ୱଶୃଙ୍ଖଳା ବର୍ତମାନ ପାଂଚଟି ପ୍ରମୁଖ ପରିବର୍ତନ ଦେଇ ଗତି କରୁଛି। ଏଗୁଡ଼ିକ ମଧ୍ୟରେ ରହିଛି ଅନ୍ତର୍ଜାତୀୟ ଶୃଙ୍ଖଳା ପ୍ରତି କ୍ରମାଗତ ଆଘାତ, ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟାର ରଣନୈତିକ ଉପଯୋଗ, ବଢ଼ୁଥିବା ପ୍ରତିଯୋଗିତା ଏବଂ ବିପଦ ଗ୍ରହଣ, ଯୋଗାଣ ଶୃଙ୍ଖଳାରେ ବିବିଧତା ଆଣିବାର ଆବଶ୍ୟକତା ଏବଂ ବିଶ୍ୱସ୍ତ ଭାଗିଦାରୀର ବୃଦ୍ଧି ପାଉଥିବା ଗୁରୁତ୍ୱ।
ସେ କହିଥିଲେ ଯେ କୋଭିଡ଼ ମହାମାରୀ, ଦୁଇଟି ପ୍ରମୁଖ ବିବାଦ, ବାଣିଜ୍ୟ ବାଧାବିଘ୍ନ ଏବଂ ଆର୍ôଥକ ଅସ୍ଥିରତା ଜଗତୀକରଣର ଦଶନ୍ଧି ମଧ୍ୟରେ ବିକଶିତ ହୋଇଥିବା ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଶକ୍ତି, ସମ୍ବଳ, ବଜାର ପ୍ରବେଶ, ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥ ଭଳି କ୍ଷେତ୍ରଗୁଡ଼ିକ ରଣନୈତିକ ଦୃଷ୍ଟିରୁ ଅଧିକରୁ ଅଧିକ ବ୍ୟବହୃତ ହେଉଛି। ଭୌତିକ ଏବଂ ଡିଜିଟାଲ ସଂଯୋଗର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଗୁଡ଼ିକ ମଧ୍ୟ ରଣନୈତିକ ଏଜେଣ୍ଡାର ଅଂଶବିଶେଷ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ନିୟମ ଏବଂ ନିୟମ ଉପରେ ଆଧାରିତ ବ୍ୟବସ୍ଥା ଦୁର୍ବଳ ହେବାରେ ଲାଗିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି