ପିଏମ୍ ସ୍ୱନିଧି ଯୋଜନାରେ ଛତିଶଗଡ଼କୁ ଜାତୀୟ ସମ୍ମାନ, ବିଲାସପୁର, ବଡ଼େ ବଚେଲି ଓ ଦନ୍ତେୱାଡ଼ା ମଧ୍ୟ ପୁରସ୍କାର ପାଇଁ ମନୋନୀତ
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ସହରାଂଚଳର ରାସ୍ତାକଡ଼ ବ୍ୟବସାୟୀଙ୍କ ଆର୍ôଥକ ସଶକ୍ତୀକରଣ ପାଇଁ ଛତିଶଗଡ଼କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବ। କେନ୍ଦ୍ରୀୟ ଆବାସନ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟକୁ ପିଏମ୍ ସ୍ୱନିଧି ସମ୍ମାନ ପ
ପିଏମ୍ ସ୍ୱନିଧି ଯୋଜନାରେ ଛତିଶଗଡ଼କୁ ଜାତୀୟ ସମ୍ମାନ, ବିଲାସପୁର, ବଡ଼େ ବଚେଲି ଓ ଦନ୍ତେୱାଡ଼ା ମଧ୍ୟ ପୁରସ୍କାର ପାଇଁ ମନୋନୀତ


ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ସହରାଂଚଳର ରାସ୍ତାକଡ଼ ବ୍ୟବସାୟୀଙ୍କ ଆର୍ôଥକ ସଶକ୍ତୀକରଣ ପାଇଁ ଛତିଶଗଡ଼କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବ। କେନ୍ଦ୍ରୀୟ ଆବାସନ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟକୁ ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ ପାଇଁ ମନୋନୀତ କରିଛି। ରାଜ୍ୟ ସହିତ ବିଲାସପୁର, ବଡ଼େ ବଚେଲି ଏବଂ ଦନ୍ତେୱାଡ଼ା ସହରାଂଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ମଧ୍ୟ ଜାତୀୟ ପୁରସ୍କାର ପାଇଁ ଚୟନ କରାଯାଇଛି।କେନ୍ଦ୍ରୀୟ ଆବାସନ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଈଶା କାଲିଆ ନଭେମ୍ବର ୧୬ ତାରିଖରେ ଛତିଶଗଡ଼ ସରକାରଙ୍କ ନଗର ପ୍ରଶାସନ ଓ ବିକାଶ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ପଠାଇ ଏହି ଚୟନ ସମ୍ପର୍କରେ ସୂଚନା ଦେଇଛନ୍ତି। ଯୋଜନାର ସଫଳ କାର୍ଯ୍ୟକାରିତାରେ ରାଜ୍ୟ ସରକାର ଏବଂ ସହରାଂଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ଭୂମିକାକୁ ମନ୍ତ୍ରଣାଳୟ ପ୍ରଶଂସା କରିବା ସହ ଏହାକୁ ସାମୂହିକ ପ୍ରୟାସର ଫଳ ବୋଲି କହିଛି।ନୂଆଦିଲ୍ଲୀର ଜନପଥସ୍ଥିତ ଡକ୍ଟର ଆମ୍ବେଦକର ଇଂଟରନ୍ୟାସନାଲ ସେଂଟରରେ ନଭେମ୍ବର ୨୦ ତାରିଖ ସକାଳ ୧୧ଟାରୁ ଆୟୋଜିତ ହେବାକୁ ଥିବା ସମାରୋହରେ ପୁରସ୍କାର ପ୍ରଦାନ କରାଯିବ। ଏହି ସମାରୋହରେ ଯୋଗଦେବା ପାଇଁ ମନ୍ତ୍ରଣାଳୟ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ସହରାଂଟଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ୧୦ ଜଣିଆ ପ୍ରତିନିଧିମଣ୍ଡଳକୁ ଆମନ୍ତ୍ରଣ କରିଛି।ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଉଦ୍ଦେଶ୍ୟ ହେଉଛି ଠେଲାଗାଡ଼ି, ରାସ୍ତାକଡ଼ ଓ ଛୋଟ ବ୍ୟବସାୟ ସହ ଜଡ଼ିତ ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ଆର୍ôଥକ ସହାୟତା ଯୋଗାଇ ସେମାନଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କ ସାମାଜିକ ଓ ଆର୍ôଥକ ବିକାଶକୁ ତ୍ୱରାନ୍ୱିତ କରିବା। ପୁରସ୍କାର ପାଇଁ ଛତିଶଗଡ଼ ଏବଂ ଏହାର ତିନୋଟି ସହରାଂଚଳ ସ୍ଥାନୀୟ ସଂସ୍ଥାର ଚୟନ ରାଜ୍ୟରେ ସହରାଂଚଳ ଜୀବିକା ଏବଂ ରାସ୍ତାକଡ଼ ବ୍ୟବସାୟୀଙ୍କ ସଶକ୍ତୀକରଣ ପାଇଁ କରାଯାଉଥିବା ପ୍ରୟାସକୁ ଜାତୀୟ ସ୍ତରରେ ମାନ୍ୟତା ମିଳିବା ସହ ସମାନ।

-------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande