ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ନେଇ ସରକାରଙ୍କୁ ଟାର୍ଗେଟ୍
କେନ୍ଦୁଝର, ୧୮ ନଭେମ୍ବର (ହି.ସ.) - ଆଦିବାସୀଙ୍କ ପାରମ୍ପରିକ ପୂଜା ଓ ସଂସ୍କୃତି ଉପରେ ଆକ୍ରମଣ ଅଭିଯୋଗକୁ ନେଇ ତେଜିଲା ରାଜନୀତି। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରାଯିବା ସହ ପୂଜା କରୁଥିବା ଲୋକଙ୍କୁ ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପାଂଚ ଜଣଙ୍କ ଗିରଫଦାରୀ ପରେ ମଧ୍ୟ ନ୍ୟ
Adibasi


କେନ୍ଦୁଝର, ୧୮ ନଭେମ୍ବର (ହି.ସ.) - ଆଦିବାସୀଙ୍କ ପାରମ୍ପରିକ ପୂଜା ଓ ସଂସ୍କୃତି ଉପରେ ଆକ୍ରମଣ ଅଭିଯୋଗକୁ ନେଇ ତେଜିଲା ରାଜନୀତି। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଆକ୍ରମଣ କରାଯିବା ସହ ପୂଜା କରୁଥିବା ଲୋକଙ୍କୁ ଲହୁଲୁହାଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପାଂଚ ଜଣଙ୍କ ଗିରଫଦାରୀ ପରେ ମଧ୍ୟ ନ୍ୟାୟ ମିଳିନଥିବା ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି ଆଦିବାସୀ ନେତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିରବତାକୁ ନେଇ ମଧ୍ୟ ଉଠାଇଛନ୍ତି ପ୍ରଶ୍ନ।

ଭାରତ ହେଉଛି ଏକ ଧର୍ମନିରପେକ୍ଷ ଦେଶ। ଏଠାରେ ସମସ୍ତ ଜାତି, ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କର ସମାନ ଅଧିକାର ରହିଛି। ଆଦିବାସୀମାନେ ଏହି ମାଟିର ମୂଳ ଅଧିବାସୀ। ଜଙ୍ଗଲ, ଜମି ଓ ନିଜର ପାରମ୍ପରିକ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ସେମାନେ ସର୍ବଦା ସଂଘର୍ଷ କରିଆସିଛନ୍ତି।

କିନ୍ତୁ ପାରମ୍ପରିକ ପୂଜା ସମୟରେ ଆଦିବାସୀଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ଅଭିଯୋଗକୁ ନେଇ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାକୁ ନେଇ ଆଦିବାସୀ ସମାଜ ଏକାଠି ହୋଇ ନିଜର ଅଧିକାର ଓ ନ୍ୟାୟ ପାଇଁ ସ୍ୱର ଉଠାଇଛନ୍ତି।

ଆଦିବାସୀ ସମାଜର ନେତାଙ୍କ ଅଭିଯୋଗ, ପାଂଚ ଜଣଙ୍କୁ ଗିରଫ କରି ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଛି। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଜଣେ ଆଦିବାସୀ ହୋଇଥିବାରୁ ଏହି ଘଟଣାରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।

ସାନ୍ତାଳ, ମୁଣ୍ଡା, ଭୂୟାଁ, ସବର ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି।

ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ସମ୍ବିଧାନ ହିଁ ଦେଶରେ ସର୍ବୋଚ୍ଚ ବୋଲି ମତ ରଖିବା ସହ ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଦାବି କରିଛନ୍ତି।

ଆଦିବାସୀଙ୍କ ଅଧିକାର, ସଂସ୍କୃତି ଓ ସମ୍ମାନର ସୁରକ୍ଷା ପାଇଁ ନ୍ୟାୟ ଦାବି ଜୋରଦାର ହୋଇଥିବା ବେଳେ ସରକାର ଏହି ପ୍ରସଙ୍ଗରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande