ଆଦି କୈଳାସ ମାରାଥନରେ ସୋନପୁର ଅଗ୍ନିଶମ କର୍ମଚାରୀଙ୍କ ସଫଳତା
ସୁବର୍ଣ୍ଣପୁର, ୧୮ ନଭେମ୍ବର(ହି.ସ.) – ସୋନପୁର ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଗୋପବନ୍ଧୁ ନାଏକ(୩୬)ଙ୍କ ସଫଳତା। ଉତରାଖଣ୍ଡ ଟୁରିଜିମ୍ ଡେଭଲେପମେଂଟ ବୋର୍ଡ ପକ୍ଷରୁ ଚାଇନା ଓ ନେପାଳ ସୀମା ଉତରାଖଣ୍ଡର ପିଥୋରଗଡ ଜିଲ୍ଲାର ଉଚ୍ଚ ପାର୍ବତ୍ୟ ବ୍ୟାସ ଉପତ୍ୟକାରେ ଆଦି କୈଳାସ ପରିକ୍ରମା ରନ
ଆଦି କୈଳାସ ମାରାଥନରେ ସୋନପୁର ଅଗ୍ନିଶମ କର୍ମଚାରୀଙ୍କ ସଫଳତା


ସୁବର୍ଣ୍ଣପୁର, ୧୮ ନଭେମ୍ବର(ହି.ସ.) – ସୋନପୁର ଦମକଳ କେନ୍ଦ୍ରରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଗୋପବନ୍ଧୁ ନାଏକ(୩୬)ଙ୍କ ସଫଳତା। ଉତରାଖଣ୍ଡ ଟୁରିଜିମ୍ ଡେଭଲେପମେଂଟ ବୋର୍ଡ ପକ୍ଷରୁ ଚାଇନା ଓ ନେପାଳ ସୀମା ଉତରାଖଣ୍ଡର ପିଥୋରଗଡ ଜିଲ୍ଲାର ଉଚ୍ଚ ପାର୍ବତ୍ୟ ବ୍ୟାସ ଉପତ୍ୟକାରେ ଆଦି କୈଳାସ ପରିକ୍ରମା ରନ୍ ୨.୦ରେ ଶ୍ରୀ ନାଏକ ୧୦ମ ସ୍ଥାନ ଅଧିକାର କରିଛନ୍ତି। ‘ଆଦି କୈଳାସ ପରିକ୍ରମା ସମୁଦ୍ର ପତନରୁ ୧୪ ହଜାର ୫୦୦ ଫୁଟ ଉଚ୍ଚତାରେ ପ୍ରବଳ ଥଣ୍ଡା ସ୍ଥାନରେ ଏହି ପ୍ରତିଯୋଗିତା ଆୟୋଜନ ହୋଇଥିବାବେଳେ ଏଥିରେ ସାରା ଭାରତରୁ ୧୪୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଗୋପବନ୍ଧୁ ୭୦ କିଲୋମିଟର ଲମ୍ବ ବିଶିଷ୍ଟ ଏହି ମାରାଥନରେ ଭାଗ ନେଇ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଉତରାଖଣ୍ଡ ଆୟୋଜକଙ୍କ ପକ୍ଷରୁ ଗୋପବନ୍ଧୁଙ୍କ ସହ ଶ୍ରେଷ୍ଠ ୧୨ ଜଣଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ ଦେଇ ପୁରସ୍କୃତ କରାଯାଇଛି। ଗୋପବନ୍ଧୁ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ସିକାବହେଙ୍ଗା ଗ୍ରାମର ମୂଳ ନିବାସୀ। ଗୋପବନ୍ଧୁ ସୋନପୁର ଫେରିବା ପରେ ଅଗ୍ନିଶମ କେନ୍ଦ୍ରରେ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥ ଦେ ତାଙ୍କୁ ସମ୍ବଦ୍ଧନା ଜ୍ଞାପନ କରିଥିବାବେଳେ କାର୍ଯ୍ୟକ୍ରମରେ ସହକାରୀ କେନ୍ଦ୍ର ଅଧିକାରୀ ଶତୃଘ୍ନ କିଷାନ, ଶ୍ରୀକାନ୍ତ ଛନ୍ଦ, ଦିନେଶ ଦାସ, ସୁସେଣ ଭୁଏ ଓ ଅନ୍ୟ ସାଥୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande