ଏୟାର ଇଣ୍ଡିଆ ଏକ୍ସପ୍ରେସର ସିଇଓ ଭାବେ ଦୀପକ ରାଜାୱତଙ୍କ ନିଯୁକ୍ତି
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ଟାଟା ଗ୍ରୁପ୍ର ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦୀପକ ରାଜାୱତଙ୍କୁ ନିଯୁକ୍ତ କରାଯାଇଛି। ବିମାନ କମ୍ପାନୀ ପକ୍ଷରୁ ବୁଧବାର କୁହାଯାଇଛି ଯେ, ଡିସେମ୍ବର ୧ ତାରିଖରୁ ଦୀପକ ରାଜାୱତ ସିଇଓ ଭାବେ ଦ
दीपक राजावत का फाइल फोटो


ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)। ଟାଟା ଗ୍ରୁପ୍ର ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଦୀପକ ରାଜାୱତଙ୍କୁ ନିଯୁକ୍ତ କରାଯାଇଛି।

ବିମାନ କମ୍ପାନୀ ପକ୍ଷରୁ ବୁଧବାର କୁହାଯାଇଛି ଯେ, ଡିସେମ୍ବର ୧ ତାରିଖରୁ ଦୀପକ ରାଜାୱତ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ ଟାଟା ଗ୍ରୁପ୍ର ଏହି ବିମାନ କମ୍ପାନୀରେ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ଭାବେ କାର୍ଯ୍ୟରତ ଅଛନ୍ତି। ବିମାନ ଚଳାଚଳ ଓ ଅର୍ଥନୀତି କ୍ଷେତ୍ରରେ ରାଜାୱତଙ୍କର ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି।

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପ୍ରତିଦିନ ପ୍ରାୟ ୫୮୫ଟି ବିମାନ ଚଳାଚଳ କରୁଛି। ଏହା ଦେଶର ୪୮ଟି ଘରୋଇ ଓ ୧୭ଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଛି। ବିମାନ କମ୍ପାନୀର ବିମାନ ବହିନୀରେ ବୋଇଂ ୭୩୭ ଓ ଏୟାରବସ୍ ଏ୩୨୦ ମଡେଲ୍ର ମୋଟ ୧୦୮ଟି ବିମାନ ରହିଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande