
କେନ୍ଦୁଝର, ୧୮ ନଭେମ୍ବର(ହି.ସ.) – ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍। କେନ୍ଦୁଝର ଜିଲ୍ଲା ଦୌରାଜଜ୍ ଶ୍ରୀ ଗୋପାଳ ଚନ୍ଦ୍ର ବେହେରା ଏସ୍ଟି କେସ୍ ନଂ ୬୧/୨୦୨୪ର ବିଚାର କରି ଅଭିଯୁକ୍ତ ପାମା ଓରଫ ପରମାନନ୍ଦ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଘଟଣାଟି ଘଟଗାଁ ଥାନା ଅନ୍ତର୍ଗତ ଢାଙ୍ଗଡ଼ାଡିହ ଗ୍ରାମର ରାମଚନ୍ଦ୍ର ମହାକୁଡ଼ଙ୍କ ହତ୍ୟା ସହ ଜଡ଼ିତ। ଏନେଇ ୧୨ ଜାନୁଆରୀ ୨୦୨୪ରେ ଘଟଗାଁ ଥାନାରେ କେସ୍ ନଂ ୪୦/୨୦୨୪ ରୁଜୁ ହୋଇଥିଲା।
ମାମଲାର ବିଚାର ସମୟରେ ଅଦାଲତରେ ଅଭିଯୋଗ ପକ୍ଷରୁ ମୋଟ ୧୦ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇଥିଲା। ସମସ୍ତ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ଅଦାଲତ ଅଭିଯୁକ୍ତ ପାମା ଓରଫ ପରମାନନ୍ଦ ନାଏକଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏଥିସହ ତାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟେ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି।
ଏହି ମାମଲାକୁ କେନ୍ଦୁଝରର ସରକାରୀ ଓକିଲ ଶ୍ରୀ ପ୍ରଦୀପ କୁମାର ଦାସ ପରିଚାଳନା କରିଥିବା ବେଳେ ତଦନ୍ତକାରୀ ଅଧିକାରୀ ଭାବେ ଅଞ୍ଜନ କୁମାର ପାତ୍ର ଓ ଶୁଭ୍ରାନ୍ତ କୁମାର ଜେନା ତଦନ୍ତ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA