
କନ୍ଧମାଳର, ୧୮ ନଭେମ୍ବର (ହି.ସ.) କନ୍ଧମାଳ ଜିଲ୍ଲା ରେ ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ କ୍ଷତି ଗ୍ରସ୍ତ ପରିବାର ଲୋକଙ୍କୁ ଫୁଲବାଣୀ ରୋଟାରୀ କ୍ଲବ ସହାୟତା ର ହାତ ବଢ଼ାଇଛି କ୍ଷ ରୋଟାରୀ କ୍ଲବ ଫୁଲବାଣୀ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ଓ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଙ୍କ ନେତୃତ୍ୱରେ ରୋଟାରୀ ଟିମ୍ ରାଇକିଆ ବ୍ଲକ ର ମାଣିକେଶ୍ୱରୀ ପଂଚାୟତ ଅନ୍ତର୍ଗତ ହାଇସ୍କୁଲ ରେ ରହୁଥିବା ବାତ୍ୟା କ୍ଷତି ଗସ୍ତ ପରିବାର ଲୋକଙ୍କୁ ପ ଟି, କମ୍ବଳ, ଲୁଗା ବେଡ ସିଟ୍, ଷ୍ଟିଲ ବାସନ କୁସନ, ଗାମୁଛା, ସାବୁନ୍, ସର୍ଫ୍,ତେଲ ଓ ଖାଦ୍ୟ ସାମଗ୍ରୀ ଆଦି ପ୍ରଦାନ କରଯାଇଥିଲା କ୍ଷ ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ରାଇକିଆ ବିଡ଼ିଓ ସବ୍ୟସାଚୀ ସାହୁ , ରୋଟାରୀ କ୍ଳବ୍ ଆସିଷ୍ଟାଂଟ ଗଭର୍ଣ୍ଣର ତଥା ବରିଷ୍ଠ ସମାଜ ସେବୀ ବିପ୍ର ଚରଣ ପାତ୍ର, ଉପସଭାପତି ରାଜେଶ ପାତ୍ର, ରୋଟାରୀଆନ ରବି ନାରାୟଣ ସୁବୁଦ୍ଧି, କେ, ଜ୍ଞାନ ଦୋରା,ବି ଦେବେନ୍ଦ୍ର ପାତ୍ର,ପ୍ରକାଶ ପଣ୍ଡା, କୁନ୍ଦନ ସିଂ, ବାଲାଜୀ ପାତ୍ର, ପ୍ରସନ୍ନ କୁମାର ପଣ୍ଡା,ପ୍ରମୁଖ ଯୋଗ ଦେଇ କ୍ଷତି ଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ କ୍ଷ ସେହିପରି ଇନ୍ଦ୍ରଗଡ଼ ସ୍କୁଲ ରେ ରହୁଥିବା କ୍ଷତି ଗସ୍ତ ପରିବାର ଲୋକଙ୍କୁ ଲଣ୍ଡକ୍ଷବାଲି, ଓ ଆଖପାଖ ଅଂଚଳର କ୍ଷତି ଗସ୍ତ ପରିବାର ଲୋକଙ୍କ ନିକଟ ରେ ପହଂଚିି ସମବେଦନା ଜଣାଇବା ସହ ଶତାଧିକ ପରିବାର କୁ ରୋଟାରୀ କ୍ଲବ ପକ୍ଷରୁ ସହାୟତା ପ୍ରଦାନ କରଯାଇଥିଲା କ୍ଷ ରୋଟାରୀ କ୍ଳବ୍ ସହାୟତା ପ୍ରଦାନ କରିଥିବାରୁ ରିଲିଫ କ୍ୟାମ୍ପ ରେ ରହୁଥିବା ପରିବାର ଲୋକେ ଖୁସୀ ବ୍ୟକ୍ତ କରିବା ସହ ଅସମୟରେ ସହାୟତା ର ହାତ ବଢାଇଥିବାରୁ ଫୁଲବାଣୀ ରୋଟାରୀ କ୍ଲବ କୁ କୃତଜ୍ଞତା ଜଣାଇଥିଲେ । ଏଥିରେଭୁବନେଶ୍ୱର ରୋଟାରୀ ଏଲିଟ କ୍ଳବ୍,ମାଣିକେଶ୍ୱରୀ ପି ଇ ଓ,ଇନ୍ଦ୍ର ଗଡ଼ ପଂଚାୟତ ସରପଂଚ,ପିଇ ଓ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
----------------
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ