ଅଧୁରା ରହିଯିବ କି କୁଟାସିଂହା - କପାଶିରା ଅଙ୍ଗ ନଦୀ ସେତୁ ର ଆପ୍ରୋଚ ରୋଡ?
ବଲାଙ୍ଗିର, 18 ନଭେମ୍ବର (ହି.ସ.) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳ ରୁ ଉଭୟ ବଲାଙ୍ଗୀର - ସୁବର୍ଣ୍ଣପୁର ଜିଲ୍ଲା କୁ ଗମନାଗମନ ରେ ଯୋଡି ବାକୁ କୁଟାସିଂହା -କପାଶିରା ମଧ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁ ଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ ରେ ଆରମ୍ଭ ହୋଇଥିଲା | ରାଜ୍ୟ ସରକାର ଙ୍କ
ଅଧୁରା ରହିଯିବ କି କୁଟାସିଂହା - କପାଶିରା ଅଙ୍ଗ ନଦୀ ସେତୁ ର  ଆପ୍ରୋଚ ରୋଡ? କୁଟାସିଂହା ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ? ମନ୍ଥର ଗତିରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ର ବନ୍ଦୋବସ୍ତ ପ୍ରକ୍ରିୟା ।


ଅଧୁରା ରହିଯିବ କି କୁଟାସିଂହା - କପାଶିରା ଅଙ୍ଗ ନଦୀ ସେତୁ ର  ଆପ୍ରୋଚ ରୋଡ? କୁଟାସିଂହା ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ? ମନ୍ଥର ଗତିରେ ଚାଲିଛି ସୁବର୍ଣ୍ଣପୁର ଜିଲ୍ଲା ର ବନ୍ଦୋବସ୍ତ ପ୍ରକ୍ରିୟା ।


ବଲାଙ୍ଗିର, 18 ନଭେମ୍ବର (ହି.ସ.) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଅଂଚଳ ରୁ ଉଭୟ ବଲାଙ୍ଗୀର - ସୁବର୍ଣ୍ଣପୁର ଜିଲ୍ଲା କୁ ଗମନାଗମନ ରେ ଯୋଡି ବାକୁ କୁଟାସିଂହା -କପାଶିରା ମଧ୍ୟରେ ପ୍ରବାହିତ ଅଙ୍ଗନଦୀ ଉପରେ ଏକ ସୁ ଉଚ୍ଚ ସେତୁ ନିର୍ମାଣ କାମ ୨୦୧୯ ରେ ଆରମ୍ଭ ହୋଇଥିଲା | ରାଜ୍ୟ ସରକାର ଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ନିର୍ମାଣକାରି ସଂସ୍ଥା ଆଶୀର୍ବାଦ କନଷ୍ଟ୍ରାକସନ ନିର୍ମାଣ କାମ କରୁଥିଲା ଏବଂ ୩-୩-୨୦୨୪ରେ କାଯ୍ୟ ଶେଷ କରିବାକୁ ସୂଚନା ଫଳକ ରେ ଉଲ୍ଲେଖ ରହିଥିଲା | ଏଠାରେ ସୂଚନା ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ,ବିଭାଗୀୟ କର୍ତ୍ତୃପକ୍ଷ ଓ ନିର୍ବାଚିତ ଲୋକ ପ୍ରତିନିଧି ଦୃଷ୍ଟି ଦେଉ ନଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ନଦୀ ଉପରେ ସେତୁ କାମ ପ୍ରାୟ ସରି ଯାଇଥିଲେ ହେଁ ସେତୁ ସଂଲଘ୍ନ ଉଭୟ ପାର୍ଶ୍ୱ ରାସ୍ତା କାମ ବାକି ରହିଛି | ଏନେଇ ବିଭିନ୍ନ ଖବର କାଗଜରେ ଖବର ମଧ୍ୟ ପ୍ରକାଶିତ ହୋଇଛି | ଏହି ବ୍ରିଜ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗୀର ସୋନପୂର୍ ଜିଲ୍ଲା ର ଜନ ସାଧାରଣ ଉପକୃତ ହେବେ ।ବିଶେଷ କରି ସାଲେଭଟା, ପଟୁଆପାଲି,ଜୋଗିସର୍ଡା,ବାଦିବା ହାଲ, ମୂର୍ସୁନ୍ଧି ,କପାଶିରା,ଜୁଲୁଣ୍ଡା, ଲଛିପୂର୍, ଦିଗସିରା ଗ୍ରାମ ପଞ୍ଚାୟତ ଏବଂ ଆଗଲପୁର ବ୍ଲକ୍, ଲୋଇସିଂହା ବ୍ଲକ, ସୋନପୁର ବ୍ଲକ୍,ବିନିକା ବ୍ଲକ୍,ଡୁଙ୍ଗୁରିପାଲି ବ୍ଲକ୍ ବଲାଙ୍ଗୀର ଓ ସୋନପୁର ବ୍ଲକ୍ କୁ ସିଧାସଳଖ ଭାବେ ସ୍ଥାନୀୟ ଲୋକ ଙ୍କ ଗମନାଗମନ ରେ ସୁବିଧା ହେବ।ଏ ଅଞ୍ଚଳର ଜଣ ସାଧାରଣ,ବୁଦ୍ଧିଜୀବୀ କହିବା ଅନୁସାରେ ଏନେଇ ବହୁବାର ସ୍ଥାନୀୟ ଜନପ୍ରତିନିଧି, ଲୋଇଶିଂହା ବିଧାୟକ , ସୋନପୂର୍ ବିଧାୟକ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳି ପାରୁନାହିଁ | ଏଇ କିଛି ଦିନ ପରେ କାମ ଆରମ୍ଭ ହୋଇଯିବ ବୋଲି କହି ଭୁଆଁ ବୁଲାଉଛନ୍ତି | ଫଳରେ ଲୋକଙ୍କ ମଧ୍ୟ୍ୟରେ ଦିନକୁ ଦିନ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି | ବର୍ତ୍ତମାନ ସୁଦ୍ଧା ୱାର୍କ ବିଭାଗ କୁ ପଚାରିଲେ ସୋନପୁର ର ବନ୍ଦୋବସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସମ୍ପୂର୍ଣ୍ଣ ହେଲା ପରେ ବିଭାଗ ତରଫରୁ ଟେଣ୍ଡର ପ୍ରକ୍ରିୟା ପାଇଁ ଡିପିଆର ପ୍ରସ୍ତୁତି ହେବ ବୋଲି କହିଛନ୍ତି। ଅଧୁରା ରହି ଯିବ କି ଅଙ୍ଗନଦୀ ସେତୁ ର ଆପ୍ରୋଚ ରାସ୍ତା ବୋଲି ଲୋକଙ୍କ ମଧ୍ୟ୍ୟରେ ଆଶଙ୍କା ରହିଛି | ଏଥିପ୍ରତି ଜିଲ୍ଲା ପ୍ରଶାସନ, ଜିଲ୍ଲପାଳ ,ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ସେତୁ ସମ୍ପୂର୍ଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି |ସୋନପୁର ଓ ବଲାଙ୍ଗୀର ଜିଲ୍ଲା ତରଫରୁ ରାଜସ୍ୱ ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭାଗୀୟ ଅଧିକାରୀମାନେ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଗୁରୁତ୍ୱ ଦେଉନଥିବାରୁ ଅଞ୍ଚଳର ବୁଦ୍ଧିଜୀବୀ,ସାମାଜିକ କର୍ମୀ ମାନେ ମତ ପ୍ରକାଶ କରିଛନ୍ତି।ଏଥିପ୍ରତି ବଲାଙ୍ଗୀର ଓ ସୋନପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳରେ ଆଲୋଚନା ହେଉଥିବାର ଜଣା ପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande