କେନ୍ଦୁଝରରେ ପୂଜାସ୍ଥଳୀରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣା ମାଝୀ ପାର୍ଗନା ଓ ମିଳିତ ଆଦିବାସି ମଞ୍ଚର ବିରାଟ ଆନ୍ଦୋଳନ
ସାମିଲ ହେଲା ବିଜୁ ଜନତା ଦଳ ଭୁବନେଶ୍ବର , 18 ନଭେମ୍ବର (ହି.ସ.) -ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଆଦିବାସୀଙ୍କ ଧାର୍ମିକ ପୂଜାସ୍ଥଳୀରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିରାଟ ଆନ୍ଦୋଳନ ହୋଇଛି। ମାଝୀ ପାର୍ଗନା ମହଲ ଓ ମିଳିତ ଆଦିବାସି କଲ୍ୟାଣ ମଞ୍ଚ ମିଳିତ ଭାବେ ଆନ୍ଦୋଳନ ଡ
କେନ୍ଦୁଝରରେ ପୂଜାସ୍ଥଳୀରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣା ମାଝୀ ପାର୍ଗନା ଓ ମିଳିତ ଆଦିବାସି ମଞ୍ଚର ବିରାଟ ଆନ୍ଦୋଳନ


ସାମିଲ ହେଲା ବିଜୁ ଜନତା ଦଳ

ଭୁବନେଶ୍ବର , 18 ନଭେମ୍ବର (ହି.ସ.) -ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଆଦିବାସୀଙ୍କ ଧାର୍ମିକ ପୂଜାସ୍ଥଳୀରେ ଆଦିବାସୀ ମାନଙ୍କୁ ଆକ୍ରମଣ ଘଟଣାକୁ ବିରୋଧ କରି ବିରାଟ ଆନ୍ଦୋଳନ ହୋଇଛି। ମାଝୀ ପାର୍ଗନା ମହଲ ଓ ମିଳିତ ଆଦିବାସି କଲ୍ୟାଣ ମଞ୍ଚ ମିଳିତ ଭାବେ ଆନ୍ଦୋଳନ ଡାକରାରେ କେନ୍ଦୁଝରରେ ବିରାଟ ବିକ୍ଷୋଭ ସମାବେଶ ହୋଇଛି। ଉକ୍ତ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜୁ ଜନତା ଦଳ ସାମିଲ ହୋଇଛି।

କେନ୍ଦୁଝର ଜିଲ୍ଲାର ଘସିପୁରା ଅଞ୍ଚଳର ବସନ୍ତପୁରା ଗ୍ରାମରେ ଗତ ୨୩ ଅକ୍ଟୋବରରେ ସାନ୍ତାଳ ସମ୍ପ୍ରଦାୟର ପବିତ୍ର ପୂଜାସ୍ଥଳୀ ଜାହେରା ଠାରେ ଆଦିବାସୀ ମାନେ ପୂଜାର୍ଚ୍ଚନା କରୁଥିବା ବେଳେ ବଜରଙ୍ଗ ଦଳର କିଛି ବ୍ୟକ୍ତି ମାନେ ପବିତ୍ର ପୂଜାସ୍ଥଳୀରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଉପସ୍ଥିତ ଆଦିବାସୀ ମହିଳା ମାନଙ୍କୁ ଦୁର୍ବ୍ୟବହାର କରିବା ସହ ବୃଦ୍ଧବୃଦ୍ଧା ଓ ଯୁବକମାନଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ବସନ୍ତପୁରା ଗ୍ରାମ ପରିଦର୍ଶନ କରି ଆଦିବାସୀ ମାନଙ୍କ ସହ ଆଲୋଚନା କରିଥିଲା। ବିଜେଡିର ଏହି ଗସ୍ତ ପରେ ବଜରଙ୍ଗ ଦଳର ୫ ଜଣ କର୍ମକର୍ତ୍ତାଙ୍କୁ ପୋଲିସ୍ ଗିରଫ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଆସାମୀ ମାନଙ୍କୁ ଗିରଫ କରିବାରେ ପୋଲିସ୍ ବିଫଳ ହୋଇଛି। କେନ୍ଦୁଝର ପରେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଆଦିବାସୀ ଯୁବକଙ୍କୁ ବଜରଙ୍ଗ ଦଳର କର୍ମୀ ମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। କିନ୍ତୁ ଅଭିଯୋଗ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ସୁରକ୍ଷା ଓ ସ୍ୱାର୍ଥ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ଲଢେଇରେ ସାମିଲ ହୋଇଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ସଂଖ୍ୟକ ଲୋକଙ୍କ ବିରାଟ ଶୋଭାଯାତ୍ରା ଡିଡି ମହା ବିଦ୍ୟାଳୟ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ୟ୍ୟନ୍ତ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଉକ୍ତ ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ୍ ସଭାପତି ଶ୍ରୀ ସୁଦାମ ମାରାଣ୍ଡି, ଆଦିବାସୀ ସେଲ୍ ଉପସଭାପତି ଶ୍ରୀ ସାନନ୍ଦ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ଗଣମାଧ୍ୟମ ସଂଯୋଜକ ତଥା ସାଧାରଣ ସମ୍ପାଦକ ଡ ପ୍ରିୟବ୍ରତ ମାଝୀ, ଡ଼ା ଦେବାଶିଷ ମାରାଣ୍ଡି, ଶ୍ରୀନାଥ ସୋରେନ, ଭାରତୀ ହାଁସଦା, ବାସନ୍ତୀ ହେମ୍ବ୍ରମ, ଜଗନ୍ନାଥ ନାୟକ, ମାଧବ ସର୍ଦ୍ଦାର, ଭାନୁପ୍ରତାପ ସିଂ ମାଝୀ, ଗଙ୍ଗାଧର ହେମ୍ବ୍ରମ, ମିନା ମାଝୀ, ଆଶିଷ ଚକ୍ରବର୍ତ୍ତୀ, ଧନଞ୍ଜୟ ସିଦ୍ଧୁ, ଚକ୍ରଧର ହେମ୍ବ୍ରମ, ଦମୟନ୍ତୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande