ଅଂଶୀଦାରଙ୍କ ସହ ବିଚାରବିମର୍ଶ ଆରମ୍ଭ କଲା ବିକଶିତ ଭାରତ ପାଇଁ ଗଠିତ ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.) ବିକଶିତ ଭାରତ ପାଇଁ ବ୍ୟାଙ୍କିଙ୍ଗ ଉପରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହାର ପ୍ରଥମ ଦୁଇଟି ବୈଠକରେ ସନ୍ଦର୍ଭ ସର୍ତ୍ତାବଳୀ ଅନୁଯାୟୀ ଅନୁଧ୍ୟାନ ଏବଂ ସମୀକ୍ଷା କରାଯିବାକୁ ଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରିଛି । କମିଟି ଏହା ଉପରେ ବିଚାରବିମର୍ଶ ପାଇଁ
ଅଂଶୀଦାରଙ୍କ ସହ ବିଚାରବିମର୍ଶ ଆରମ୍ଭ କଲା ବିକଶିତ ଭାରତ ପାଇଁ ଗଠିତ ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି


ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)

ବିକଶିତ ଭାରତ ପାଇଁ ବ୍ୟାଙ୍କିଙ୍ଗ ଉପରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହାର ପ୍ରଥମ ଦୁଇଟି ବୈଠକରେ ସନ୍ଦର୍ଭ ସର୍ତ୍ତାବଳୀ ଅନୁଯାୟୀ ଅନୁଧ୍ୟାନ ଏବଂ ସମୀକ୍ଷା କରାଯିବାକୁ ଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରିଛି । କମିଟି ଏହା ଉପରେ ବିଚାରବିମର୍ଶ ପାଇଁ ବିଭିନ୍ନ ଅଂଶୀଦାର ଗୋଷ୍ଠୀଗୁଡ଼ିକୁ ମଧ୍ୟ ଚିହ୍ନଟ କରିଛି । ଏଥିରେ ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ, ବିକାଶମୂଳକ ଆର୍ଥିକ ପ୍ରତିଷ୍ଠାନ, ନିୟାମକ, ଶିଳ୍ପ ସଂଘ, ଫିନଟେକ୍ ସଂଗଠନ ଏବଂ ଅନ୍ୟାନ୍ୟ ଅଂଶୀଦାର ସାମିଲ ଅଛନ୍ତି ।

ଏକ ସୁବ୍ୟବସ୍ଥିତ ବିଚାରବିମର୍ଶ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ କମିଟି ବିଭିନ୍ନ ଅଂଶୀଦାର ଗୋଷ୍ଠୀଙ୍କ ନିକଟକୁ ପ୍ରଶ୍ନ ତାଲିକା ପଠାଇଛି । ଏଥିସହିତ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସଂସ୍କାରର ମୁଖ୍ୟ ବିଷୟଗୁଡ଼ିକ ଉପରେ ସେମାନଙ୍କ ମତାମତ ଓ ପରାମର୍ଶ ଲୋଡ଼ିଛି ।

ଏହାବ୍ୟତୀତ, ବିକଶିତ ଭାରତ ୨୦୪୭ ପାଇଁ ବ୍ୟାଙ୍କିଂ ସମ୍ବନ୍ଧୀୟ ସୁପାରିସ ନିମନ୍ତେ ଅଧିକ ମତାମତ ସଂଗ୍ରହ କରିବା ପାଇଁ ଏହି କମିଟି ମୁଖ୍ୟ ଅଂଶୀଦାରମାନଙ୍କ ସହ ପରାମର୍ଶ ବୈଠକ ଆୟୋଜନ କରିବ।

ଏହି ପରାମର୍ଶଗୁଡ଼ିକ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଏହାକୁ ପ୍ରତିଯୋଗିତାମୂଳକ, ସୁଦୃଢ଼, ସମାବେଶୀ ତଥା ଭବିଷ୍ୟତର ଆବଶ୍ୟକତା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ସୁପାରିସ ପ୍ରସ୍ତୁତ କରିବାରେ କମିଟିକୁ ସାହାଯ୍ୟ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande