ବସୁଧା ହେଲ୍ପଲାଇନ୍ ଜରିଆରେ ବାତ୍ୟା ପ୍ରସ୍ତୁତିର ତଦାରଖ
ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପ୍ରସ୍ତୁତି ଯାଂଚ କରିବା ସହ ଜରୁରୀକାଳୀନ ସମ୍ବଳର ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ହେଲ୍ପଲାଇନ୍ ୧୯୧୬ କଲ୍ ସେଂଟର ଜରିଆରେ ସମ
bjhhui


ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ବାତ୍ୟା ‘ଅକଭାନ୍’ର ମୁକାବିଲା ପାଇଁ ଗ୍ରାମାଂଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପ୍ରସ୍ତୁତି ଯାଂଚ କରିବା ସହ ଜରୁରୀକାଳୀନ ସମ୍ବଳର ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ହେଲ୍ପଲାଇନ୍ ୧୯୧୬ କଲ୍ ସେଂଟର ଜରିଆରେ ସମସ୍ତ ଜିଲ୍ଲାର କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରାଯାଉଛି।

ଏହି ପ୍ରକ୍ରିୟାରେ ଜିଲ୍ଲାୱାରୀ ଜଳ ଟ୍ୟାଙ୍କର, ପାନୀୟ ଜଳ ବୋତଲ, ବ୍ଲିଚିଂ ପାଉଡର, ସିେଂଟକ୍ସ ଟାଙ୍କି, ଡିଜି ସେଟ୍, ପମ୍ପ, ପାଇପ୍, ଫିଟିଂ, କେବୁଲ୍ ଓ ବିଦ୍ୟୁତ୍ ଉପକରଣ ଆଦିର ଉପଲବ୍ଧତା ଏବଂ କାର୍ଯ୍ୟକ୍ଷମ ସ୍ଥିତି ଯାଂଚ କରାଯାଉଛି। ଏଥିସହ ଟ୍ୟାଙ୍କରରେ ଜଳ ଭର୍ତି କରିବା ସ୍ଥାନ, ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ଏବଂ ମରାମତି ଓ ପୁନଃସ୍ଥାପନ ଟିମ୍ ର ପ୍ରସ୍ତୁତି ମଧ୍ୟ ଆକଳନ କରାଯାଉଛି।

କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କଠାରୁ ବାତ୍ୟା ସମୟରେ ପ୍ରଭାବିତ ହେବାର ଆଶଙ୍କା ଥିବା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା ଥିବା ଅଂଚଳ ଏବଂ ଜରୁରୀ ସହାୟତା ଆବଶ୍ୟକ କରୁଥିବା ସ୍ଥାନ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟ ଆଧାରରେ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲାୱାରୀ ଆବଶ୍ୟକତା ଚିହ୍ନଟ, ମାନବ ସମ୍ବଳର ଆବଶ୍ୟକତା ଆକଳନ ଏବଂ ବିଭିନ୍ନ ଜିଲ୍ଲା ମଧ୍ୟରେ କର୍ମଚାରୀ ଓ ଜରୁରୀ ସାମଗ୍ରୀର ପୁନଃବିନ୍ୟାସ କରାଯାଉଛି।

ଗ୍ରାମ୍ୟ ଉନ୍ନୟନ ତଥା ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବାତ୍ୟା ମୁକାବିଲା ପାଇଁ ସମନ୍ୱିତ ପ୍ରସ୍ତୁତି, ସୁଦୃଢ଼ ବ୍ୟବସ୍ଥା ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ମାନବ ସମ୍ବଳ, ଯନ୍ତ୍ରପାତି ଓ ଆବଶ୍ୟକୀୟ ସାମଗ୍ରୀର ଉପଯୁକ୍ତ ସମନ୍ୱୟ ସହ ମୁତୟନ ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ବିଶେଷକରି ବାତ୍ୟା ସମୟରେ ଦୁର୍ଗମ ଓ ସମ୍ବେଦନଶୀଳ ଅଂଚଳରେ ଯେପରି ନିରବଚ୍ଛିନ୍ନ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଜାରି ରହିବ, ସେଥିପାଇଁ ଆଗୁଆ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ସମଗ୍ର ପ୍ରକ୍ରିୟାରେ ବିଭାଗୀୟ ମୁଖ୍ୟାଳୟ ଓ ଜିଲ୍ଲାସ୍ତରୀୟ ଟିମ୍ ମଧ୍ୟରେ ନିରନ୍ତର ସମନ୍ୱୟ ରଖାଯାଉଛି। ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ସମ୍ବଳ ମଧ୍ୟ ତୁରନ୍ତ ଯୋଗାଇ ଦିଆଯାଉଛି। ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକ ସମ୍ବଳର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ବିଭାଗର ଗୁରୁତ୍ୱ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande