
ଜୟପୁର, ୧୮ ନଭେମ୍ବର (ହି.ସ.) - ସରସ୍ୱତୀ ଶିଶୁ ମନ୍ଦିର ବୋରିଗୁମ୍ମା ଠାରେ ସହଭୋଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ କରକମଳରେ ଦ୍ୱୀପ ପ୍ରଜ୍ଜଳନ ହୋଇଥିଲା । ତତ୍ପରେ ସ୍ଥାନୀୟ ହନୁମାନ ମନ୍ଦିରକୁ ଶିଶୁ ମାନଙ୍କୁ ଦର୍ଶନ ପାଇଁ ନିଆଯାଇଥିଲା। ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ନାଚ ଓ ଗୀତ ପରିବେଶକୁ ଅତି ମନୋହର କରିଦେଇଥିଲା । ଆର.ଏସ୍,ଏସ୍ ସଂଘର କାର୍ଯ୍ୟକର୍ତା, ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତା, ସାମ୍ବାଦିକ ବନ୍ଧୁଓ ସମାଜସେବୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମମତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ହୋଇଥିଲା । ପରିଚାଳନା ସମିତି ସଭାପତି ବନ୍ଦନା ବିଶ୍ୱାଳ, କୋଷାଧ୍ୟକ୍ଷ କାଳୀ ପ୍ରସାଦ ପାତ୍ର, ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମଟି ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି