
ବଲାଙ୍ଗିର, 18 ନଭେମ୍ବର ( ହି. ସ.) ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବା ନାଗରିକ।ଶିଶୁ ହସିଲେ ଦେଶ ହସିବ।ଏହି ସ୍ଲୋଗାନ ବଲାଙ୍ଗୀର ରେ କାର୍ଯକାରୀ ହୋଇପାରୁନାହିଁ କାରଣ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଶିଶୁ ମାନଙ୍କର ବିକାଶ୍ ,ସୁରକ୍ଷା,ଯତ୍ନ ପାଇଁ କିଶୋର ନ୍ୟାୟ ଆଇନ୍ ୨୦୧୫ ଅନୁସାରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ଜିଲ୍ଲାରେ ଶିଶୁ ମଙ୍ଗଳ କମିଟି ଗଠନ କରାଯାଇଥାଏ ଓ ଶିଶୁ ମାନେ ଅଭିଭାବକ ମାନଙ୍କ ଦ୍ୱାରା କମିଟି ରେ ହାଜର ହୋଇ ନିଜର ପକ୍ଷ ରଖିଥାନ୍ତି ଏବଂ କମିଟି ଶିଶୁମାନଙ୍କର ଇଚ୍ଛାରେ ସହମତ ପ୍ରଦାନ କରି କମିଟି ଉଚିତ୍ ପଦକ୍ଷେପ ଗ୍ରହଣ କରି ଶିଶୁ ମାନଙ୍କର ସୁରକ୍ଷା ଯତ୍ନ ନେବାକୁ ଆଦେଶ ପ୍ରଦାନ କରିଥାନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଓ ଶିଶୁ ଯତ୍ନ ଅନୁଷ୍ଠାନ କୁ ଓ ଅଭିଭାବକଙ୍କୁ କେଉ ଯୋଜନା ରେ ସାମିଲ କରାଯିବ।ବଲାଙ୍ଗୀର ଜିଲ୍ଲାରେ ୨୦୨୫ ମସିହାରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରୁ ଅର୍ଫାନ ସର୍ଭେ କରି ୧୦ ହଜାର ରୁ ଉର୍ଦ୍ଧ ଶିଶୁ ଙ୍କୁ ଚିହ୍ନଟ କରାଯାଇଛି।ଶିଶୁ ମାନଙ୍କ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଯଥା ଯଶୋଦା ଯୋଜନା, ଗ୍ରୀନ ପାସେଜ୍,ଆଶୀର୍ବାଦ,ପୃଷ୍ଠପୋଷକତା ସହାୟତା ରାଶି,ଲାଳନ ପାଳନ ଯତ୍ନ ଓ ସୁରକ୍ଷା,ଆଫ୍ଟର କେୟାର,ଶିଶୁ ମାନଙ୍କର ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନ୍ ମୁକ୍ତ(ଲିଗାଲ ଫ୍ରୀ) ଭଳି କାର୍ଯକ୍ରମ ସଠିକ୍ ଭାବେ କାର୍ଯକାରୀ ହୋଇପାରୁନାହିଁ ଯାହା ଫଳରେ ବଲାଙ୍ଗୀର ଜିଲ୍ଲାରେ ଥିବା ଅସୁରକ୍ଷିତ ଘେରରେ ଥିବା ପିତୃ,ମାତୃ ହିନ ଶିଶୁ ମାନେ ଏହାର ଲାଭ ପାଇପାରୁନାହାନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଥିବା କମିଟି ର ସଭ୍ୟ ସଭ୍ୟା ମାନେ ଉଚ୍ଛ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।ଏହି କମିଟି ୩ ବର୍ଷ ପାଇଁ ସରକାର ନିଯୁକ୍ତି ଦେଇଥାନ୍ତି। ବର୍ତ୍ତମାନ ବଲାଙ୍ଗୀର କୁ ଅତିରିକ୍ତ ଦାୟିତ୍ୱ ସୋନପୂର୍ ଜିଲ୍ଲା ରୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି କିନ୍ତୁ ଏଠାରେ ସୂଚନା ଯୋଗ୍ୟ ଯେ ସେମାନେ ଗସ୍ତ ଖର୍ଚ୍ଚ ପାଉନଥିବାରୁ ଆସୁନାହାନ୍ତି।୫ ଜଣିଆ କମିଟି ରେ ନିଷ୍ପତି ଗ୍ରହଣ କରି ଶିଶୁ ମାନଙ୍କ ମଙ୍ଗଳ ନିମନ୍ତେ ଆଦେଶ ଦିଆ ଯାଇଥାଏ।ଜଣେ କିଭଳି ଭାବେ ନିଷ୍ପତି ନେଉଛନ୍ତି ଏବଂ ଏହି କମିଟି କିଭଳି କାର୍ଯକାରୀ ହୋଇପାରୁଛି ତାହା ସାଧାରଣରେ ଏକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳଙ୍କୁ ଜଣାଇଥିବା ଜଣାପଡ଼ିଛି ଜିଲ୍ଲାପାଳ ମଧ୍ୟ ରାଜ୍ୟ ସରକାର କୁ ତୁରନ୍ତ ହସ୍ତକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାର କୁ ଜଣାଇଛନ୍ତି।ଏଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଗ୍ରହଣ କରି ତୁରନ୍ତ ନୂତନ କମିଟି ଗଠନ କରି ଜିଲ୍ଲା କୁ ଦିଅନ୍ତୁ ବୋଲି ସାମାଜିକ କର୍ମୀ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ଜଣାଇଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ୩୦ ଟି ଜିଲ୍ଲାରୁ ୨୯ ଟି ଜିଲ୍ଲାରେ ନିଯୁକ୍ତି ହୋଇସାରିଥିବା ବେଳେ ଦାଦନ ପ୍ରବଣ ଅଞ୍ଚଳ କେ ବି କେ ଜିଲ୍ଲା ରେ ଏ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ନିଯୁକ୍ତି ହୋଇନଥିବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ