ଡିଆଇଏଲ୍-ଇଣ୍ଡିଆ ସହ ଓଡ଼ିଶା ସରକାରଙ୍କ ସହଭାଗିତା
କୃଷି ଓ ଗ୍ରାମୀଣ ପାନୀୟ ଜଳ କ୍ଷେତ୍ରରେ ନବସୃଜନକୁ ବ୍ୟାପକ କରାଯିବାକୁ ଗୁରୁତ୍ୱ ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ ଅଧୀନରେ କାର୍ଯ୍ୟରତ ଡେଭଲପମେଂଟ ଇନୋଭେସନ୍ ଲ୍ୟାବ୍–ଇଣ୍ଡିଆ ( ଡିଆଇଏଲ-ଇଣ୍ଡିଆ) ସହିତଓଡ଼ିଶା ସରକାର ଦୁଇ ବର୍ଷ ପାଇଁ ଏକ ବୁଝାମଣାପତ୍ର ( ଏମଓୟ
fgdfg


କୃଷି ଓ ଗ୍ରାମୀଣ ପାନୀୟ ଜଳ କ୍ଷେତ୍ରରେ ନବସୃଜନକୁ ବ୍ୟାପକ କରାଯିବାକୁ ଗୁରୁତ୍ୱ

ଭୁବନେଶ୍ୱର ,୧୮ ନଭେମ୍ବର (ହି.ସ.) - ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ ଅଧୀନରେ କାର୍ଯ୍ୟରତ ଡେଭଲପମେଂଟ ଇନୋଭେସନ୍ ଲ୍ୟାବ୍–ଇଣ୍ଡିଆ ( ଡିଆଇଏଲ-ଇଣ୍ଡିଆ) ସହିତଓଡ଼ିଶା ସରକାର ଦୁଇ ବର୍ଷ ପାଇଁ ଏକ ବୁଝାମଣାପତ୍ର ( ଏମଓୟୁ ) ସ୍ୱାକ୍ଷର କରିଛନ୍ତି।ଭାରତରେ ପଞ୍ଜୀକୃତ ଏହି ଅନୁଷ୍ଠାନ ସହିତ ସହଭାଗିତା ମାଧ୍ୟମରେ ‘ବିକଶିତ ଓଡ଼ିଶା ଭିଜନ୍ ୨୦୩୬ ଏବଂ ୨୦୪୭’ ଲକ୍ଷ୍ୟ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ପ୍ରାଥମିକତାଗୁଡ଼ିକୁ ସମର୍ଥନ ଯୋଗାଇ ଦିଆଯିବ। ଏଥିସହପ୍ରଭାବଶାଳୀ ନବସୃଜନମୂଳକ ପଦକ୍ଷେପଗୁଡ଼ିକର ଉପଯୋଗିତା ସମ୍ପର୍କରେ ଦୃଢ଼ ପ୍ରମାଣଭିତିକ ତଥ୍ୟ ସୃଷ୍ଟି କରିବା ସହ ସେଗୁଡ଼ିକର କାର୍ଯ୍ୟକାରିତା ବ୍ୟାପକ କରିବା ପାଇଁ ଆବଶ୍ୟକ ଅନୁଷ୍ଠାନିକ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏହାଫଳରେ ରାଜ୍ୟର ସମସ୍ତ ଅଂଚଳର ଜନସାଧାରଣଙ୍କ ଉପକୃତ ହେବେ ।

ଏହି ବୁଝାମଣାପତ୍ରଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଏବଂ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଲେନି ଚୌଧୁରୀଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିଲା। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମ୍ପୃକ୍ତ ବିଭିନ୍ନ ବିଭାଗଗୁଡ଼ିକର ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ, ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ୍ କ୍ରେମରଙ୍କ ଦ୍ୱାରା ବିକଶିତ ଅର୍ଥନୀତି ସମ୍ବନ୍ଧୀୟ ବିଭିନ୍ନ ପଦ୍ଧତିର ଉପଯୋଗ କରି ଡିଆଇଏଲ-ଇଣ୍ଡିଆ ଜନସାଧାରଣଙ୍କ ପାଇଁ କଲ୍ୟାଣକାରୀ ହୋଇପାରୁଥିବା ନବସୃଜନମୂଳକ ପଦକ୍ଷେପଗୁଡ଼ିକୁ ଚିହ୍ନଟ, ପରୀକ୍ଷଣ, ପରିମାର୍ଜନ ଏବଂ ବ୍ୟାପକ ସ୍ତରରେ ପ୍ରସାର କରିଥାଏ।୨୦୨୩ ମସିହାରୁ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ସହିତ ଡିଆଇଏଲ-ଇଣ୍ଡିଆଙ୍କ ବୈଷୟିକ ସହଯୋଗକୁ ଔପଚାରିକ ରୂପ ଦିଆଯାଇଛି।ଏହି ସହଯୋଗର ପ୍ରାରମ୍ଭିକ କାର୍ଯ୍ୟକ୍ଷେତ୍ର ମଧ୍ୟରେ କୃଷକମାନଙ୍କୁ କୃତ୍ରିମ ବୁଦ୍ଧିମତା ( ଏଆଇ) ଆଧାରିତ ସ୍ଥାନୀୟ ପାଣିପାଗ ପୂର୍ବାନୁମାନ ଓ ପରାମର୍ଶର ପ୍ରସାର, ଗ୍ରାମାଂଚଳର ପାଇପ୍ ଜଳ ଯୋଗାଣ ଯୋଜନାରେ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ଏବଂ ବ୍ୟବସ୍ଥିତ ମୂଲ୍ୟାଙ୍କନରୁ ମିଳୁଥିବା ପ୍ରମାଣଭିତିକ ତଥ୍ୟ ଆଧାରରେ ନୀତିଗତ ନବସୃଜନ ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ ରହିଛି।

ଏହି ସହଭାଗିତାର କାର୍ଯ୍ୟଧାରା ଯୋଜନା ଓ ସଂଯୋଜନ ବିଭାଗର ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପରିଚାଳନା କମିଟି ଦ୍ୱାରା ନିର୍ଦ୍ଦେଶିତ ହେବ। ଏହି କମିଟିରେ ସମ୍ପୃକ୍ତ ବିଭାଗଗୁଡ଼ିକର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଡିଆଇଏଲ-ଇଣ୍ଡିଆ ର ବରିଷ୍ଠ ପ୍ରତିନିଧିମାନେ ସଦସ୍ୟ ଭାବେ ରହିବେ।ଏହି କମିଟି ବର୍ଷକୁ ଦୁଇଥର ବୈଠକ କରି ଧାର୍ଯ୍ୟ ଲକ୍ଷ୍ୟ ଓ କାର୍ଯ୍ୟଫଳର ଅଗ୍ରଗତି ସମୀକ୍ଷା କରିବା ସହ କାର୍ଯ୍ୟକାରିତା ଏବଂ ମୂଲ୍ୟାଙ୍କନ କାର୍ଯ୍ୟକ୍ରମଗୁଡ଼ିକର ସ୍ଥିତି ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande