ସମ୍ଭାବ୍ୟ ବାତ୍ୟା ଅକଭାନ ର ମୁକାବିଲା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ
ଖୋର୍ଦ୍ଧା, ୧୮ ନଭେମ୍ବର (ହି.ସ.) - ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ ଓ ବାତ୍ୟାର ରୂପ ନେବା ଓ ଏହା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାର ଧନଜୀବନ ତଥା ଜୀବନଜୀବିକା, କୃଷି, ପ୍ରାଣୀ ସମ୍ପଦ, ବନ୍ୟା ଉତେଜନା ପ୍ରବଣରେ
Cyclone


ଖୋର୍ଦ୍ଧା, ୧୮ ନଭେମ୍ବର (ହି.ସ.) - ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ ଓ ବାତ୍ୟାର ରୂପ ନେବା ଓ ଏହା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାର ଧନଜୀବନ ତଥା ଜୀବନଜୀବିକା, କୃଷି, ପ୍ରାଣୀ ସମ୍ପଦ, ବନ୍ୟା ଉତେଜନା ପ୍ରବଣରେ ମନୁଷ୍ୟ, ପଶୁ ସମ୍ପଦ, ଗର୍ଭବତୀ ମହିଳା ମାନଙ୍କ ସୁରକ୍ଷା ଓ ଅତ୍ୟାବଶ୍ୟକ ସେବା ଯୋଗାଇବା ନିମନ୍ତେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ବୁଧବାର ଅପରାହ୍ନରେ ଆଭାଷିରେ ଜରୁରୀ ବୈଠକ ଡାକି ବିଭାଗୀୟ ଅଧିକାରୀ ମାନଙ୍କ ପ୍ରାକ୍ ପ୍ରସ୍ତୁତିକୁ ସମୀକ୍ଷା ସହ ଆସନ୍ତା କାଲି ସକାଳ ୯ ଟା ସୁଦ୍ଧା ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚିଲିକା, ବାଲିଅନ୍ତା, ବାଣପୁର ସହ ଉତେଜନା ପ୍ରବଣ ବନ୍ୟା ଓ ବାତ୍ୟା ଅଂଚଳର ଲୋକମାନଙ୍କୁ ଆସନ୍ତାକାଲି ଅପରାହ୍ନ ୪ ଟା ସୁଦ୍ଧା ସ୍ଥାନାନ୍ତର କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେବାକୁ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଶୁଖିଲା ଖାଦ୍ୟ, ରାତ୍ର ଭୋଜନ, ପ୍ରାଚୀ, ନିମାପଡ଼ା,ଖୋରଧା ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା, ବଲ୍ହା ମହଯୁଦ୍ ରଖି ତୀକ୍ଷ୍ଣ ନଜର ରଖିବାକୁ କୁହା ଯାଇଛି । ପିଇବା ପାଣି, ବିଜୁଳି ଆଲୋକ ଓ ମରାମତି,ଡି ଜି ସେଟ୍, ପମ୍ପ ସେଟ୍ ପାଣି ନିଷ୍କାସନ ପାଇଁ ସହରାଂଚଳ ସ୍ୱାୟତ ସଂସ୍ଥା ଅଧିକାରୀଙ୍କୁ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଛନ୍ତି କ୍ଷ ସୁରକ୍ଷା ସ୍ଥଳ ଗୁଡିକରେ ପାଣି, ଆଲୋକ, ଶୌଚାଳୟ ଆଦି ଚୂଡାନ୍ତ ପ୍ରସ୍ତିତ ରଖିବାକୁ କୁହାଯାଉଛି । ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର, ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ, ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ଆସନ୍ତା କାଲି ଏବଂ ପରଦିନ (ଦୁଇଦିନ) ଛୁଟି ଘୋଷଣା କରିଛନ୍ତି । ବି ଡି ଓ ମାନେ ଜନସଚେତନତା ନିମନ୍ତେ ମାଇକ ପ୍ରଚାର କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ବାଣପୁର, ବାଲିଅନ୍ତା, ଚିଲିକା ଅଂଚଳରେ ପିଇବା ଟ୍ୟାଙ୍କର ପାଣି ଯୋଗାଇ ଦେବାକୁ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଗର୍ଭବତୀ ମହିଳା ଆଜିସୁଦ୍ଧା ୩୬୦ଚିହ୍ନଟ ହୋଇଛନ୍ତି କ୍ଷ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ଔଷଧ, ସାପ କାମୁଡା ଇଞ୍ଜେକସନ,ଓ ଆର ଏସ ପ୍ୟାକେଟ,୧୦୮,୧୦୨,ଓ ଜନନୀ ସୁରକ୍ଷା ଯାନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମନୁଷ୍ୟ ଖାଦ୍ୟ, ପ୍ରାଣୀ ଖାଦ୍ୟ ଖାଦ୍ୟ କେନ୍ଦ୍ର ମାନଙ୍କରେ ମହଜୁଦ କରି ରଖିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫାୟାର ବିଭାଗ ଜାଗ୍ରତ ରହିବାକୁ କୁହଯାଇଛି । ବନଖଣ୍ଡ ଅଧିକାରୀ, ବାଲୁଗାଁ ୩/୪ ଫୁଟ ପାଣିରେ ଯେପରି ରିଲିଫ୍ ଖାଦ୍ୟ ବଂଟନ କରାଯାଇ ପାରିବ ତାହାର ବୋଟିଂ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଡ୍ରେନେଜ୍ ପାଣି ନିଷ୍କାସନ ପାଇଁ ଡ୍ରେନେଜ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେଲ ଟାଙ୍କି ଗୁଡ଼ିକ ଆବଶ୍ୟକ ସ୍ଥଳେ ତେଲ ଯୋଗାଇ ଦେବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ ପଲିଥିନ୍ ମହଜୁଦ ରଖିବାକୁ ବି ଡି ଓ ଏବଂ ତହସିଲଦାର ମାନଙ୍କୁ ସମସ୍ତ ପ୍ରସ୍ତୁତି ଆସନ୍ତା କାଲି ସକାଳ ୯ଟା ସୁଦ୍ଧା ସମାପ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଭାଶିରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ପ୍ରତାପ ଚନ୍ଦ୍ର ବେଉରା, ରାଜସ୍ୱ କୈଳାସ ଚନ୍ଦ୍ର ଦାସ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ ଏବଂ ଭୁବନେଶ୍ୱର ଉପଜିଲ୍ଲାପାଳ ଡ଼ଃ ମନୋରଞ୍ଜନ ସାହୁ, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର , ଅଧିକ୍ଷଣ ଯନ୍ତ୍ରୀ ବିଭିନ୍ନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande