ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଂଟନ
ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ବିଶିଷ୍ଟ ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ କରାଯାଇଛି। ପ୍ରବଳ ଶୀତକାକର ଦାୟର ରକ୍ଷା ପାଇବାକୁ ସହର ଲୋକନାଥ ମହାଦେବ ମନ୍ଦିର, ସୁଦପଡ଼ା ହ
ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଣ୍ଟନ


ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ବିଶିଷ୍ଟ ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଦରିଦ୍ର ଅସହାୟଙ୍କୁ ଶୀତବସ୍ତ୍ର ଏବଂ କମ୍ବଳ ବଂଟନ କରାଯାଇଛି। ପ୍ରବଳ ଶୀତକାକର ଦାୟର ରକ୍ଷା ପାଇବାକୁ ସହର ଲୋକନାଥ ମହାଦେବ ମନ୍ଦିର, ସୁଦପଡ଼ା ହନୁମାନ ମନ୍ଦିର, ଲାଲଟିକ୍ରା ହନୁମାନ ମନ୍ଦିର, ସମଲେଶ୍ୱରୀ ମନ୍ଦିର ସମ୍ମୁଖ ସହ ଅନ୍ୟ ସ୍ଥାନରେ ଦୀନ ଅସହାୟଙ୍କୁ ୪୨ଟି କମ୍ବଳ ଓ ଶୀତବସ୍ତ୍ର ବଂଟନ କରାଯାଇଥିବା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ ମିଶ୍ର, ସରିତା ସାହୁ, କବିତା ସାହୁ, ସାଧୁରାମ ସାହୁ, ଦୁର୍ଯ୍ୟୋଧନ ନାୟକ, ବାସ୍ନାରାଣୀ ନାୟକ, ମନୀଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande