ଭାରତୀୟ ନୌସେନାର ଦୀର୍ଘଦୂର ସାମୁଦ୍ରିକ ଅନୁସନ୍ଧାନ ଅଭିଯାନକୁ ୫୦ ବର୍ଷ ପୂର୍ତି
ସୁପର କନ୍ଷ୍ଟେଲେସନ୍ରୁ ପି-୮ଆଇ ପର୍ଯ୍ୟନ୍ତ ସାମୁଦ୍ରିକ ନିରୀକ୍ଷଣ କ୍ଷେତ୍ରରେ ଭାରତୀୟ ନୌସେନାର ପାଂଚ ଦଶନ୍ଧିର ଯାତ୍ରା ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ଭାରତୀୟ ନୌସେନା ନିଜର ଦୀର୍ଘଦୂର ସାମୁଦ୍ରିକ ଅନୁସନ୍ଧାନ ଅଭିଯାନର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରୁଛି। ଗତ ପାଂଚ ଦଶନ୍ଧି ମଧ୍ୟରେ ନୌସେନା ଆ
बोइंग पी-8I विमान (फ़ाइल फोटो)


ସୁପର କନ୍ଷ୍ଟେଲେସନ୍ରୁ ପି-୮ଆଇ ପର୍ଯ୍ୟନ୍ତ ସାମୁଦ୍ରିକ ନିରୀକ୍ଷଣ କ୍ଷେତ୍ରରେ ଭାରତୀୟ ନୌସେନାର ପାଂଚ ଦଶନ୍ଧିର ଯାତ୍ରା

ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ଭାରତୀୟ ନୌସେନା ନିଜର ଦୀର୍ଘଦୂର ସାମୁଦ୍ରିକ ଅନୁସନ୍ଧାନ ଅଭିଯାନର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରୁଛି। ଗତ ପାଂଚ ଦଶନ୍ଧି ମଧ୍ୟରେ ନୌସେନା ଆକାଶମାର୍ଗରେ ନିରୀକ୍ଷଣ ଓ ସତର୍କତା ମାଧ୍ୟମରେ ଭାରତର ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରିଛି। ଏହି ସମୟରେ ଭାରତୀୟ ନୌସେନାର ବିମାନଗୁଡ଼ିକ ଅପରେସନ୍ କ୍ୟାକ୍ଟସ୍, ବିଜୟ, ପରାକ୍ରମ ଓ ସିନ୍ଦୂର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଭାଗ ନେବା ସହ ସାମୁଦ୍ରିକ ଡକାୟତି ବିରୋଧୀ ଅଭିଯାନ ଏବଂ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି।

ଭାରତୀୟ ନୌସେନା ବୁଧବାର ନିଜର ଦୀର୍ଘଦୂର ସାମୁଦ୍ରିକ ଅନୁସନ୍ଧାନ ଅଭିଯାନର ୫୦ ବର୍ଷ ପୂରଣ କରିଛି। ପ୍ରକୃତରେ, ୧୯୭୧ ମସିହାରେ ପାକିସ୍ତାନ ସହ ଯୁଦ୍ଧ ପରେ ନୌସେନାକୁ ଏଭଳି ଉପକୂଳଭିତିକ ସାମୁଦ୍ରିକ ଗସ୍ତକାରୀ ବିମାନର ଆବଶ୍ୟକତା ଅନୁଭବ ହୋଇଥିଲା, ଯାହା ଯୁଦ୍ଧଜାହାଜ ଓ ହେଲିକପ୍ଟର ସହ ମିଶି କାର୍ଯ୍ୟ କରିପାରିବ। ଏହାପରେ ଭାରତୀୟ ନୌସେନା ଦୀର୍ଘଦୂର ସାମୁଦ୍ରିକ ଅନୁସନ୍ଧାନର ଦାୟିତ୍ୱ ଗ୍ରହଣ କରିଥିଲା। ୧୮ ନଭେମ୍ବର ୧୯୭୬ରେ ଗୋଆସ୍ଥିତ ଆଇଏନ୍ଏସ୍ ହଂସାଠାରେ ଆଇଏନ୍ଏଏସ୍ ୩୧୨ର ସ୍ଥାପନା କରାଯାଇଥିଲା, ଯାହା ‘ଆଲବାଟ୍ରସ୍’ ନାମରେ ପରିଚିତ। ଏହି ସ୍କ୍ୱାଡ୍ରନ୍କୁ ଭାରତୀୟ ବାୟୁସେନାଠାରୁ ହସ୍ତାନ୍ତରିତ ପାଞ୍ଚଟି ଲକ୍ହିଡ୍ ସୁପର କନ୍ଷ୍ଟେଲେସନ୍ ବିମାନରେ ସଜ୍ଜିତ କରାଯାଇଥିଲା।

ଭାରତୀୟ ନୌସେନାର ଏହି ବାୟୁ ସ୍କ୍ୱାଡ୍ରନ୍ର ସ୍ଥାପନାର ୫୦ ବର୍ଷ ପୂର୍ତି ଭାରତର ସାମୁଦ୍ରିକ ସୁରକ୍ଷା ପାଇଁ ପାଂଚ ଦଶନ୍ଧି ଧରି ଜାରି ରହିଥିବା ଆକାଶମାର୍ଗରେ ନିରୀକ୍ଷଣ ଓ ସତର୍କତାର ପ୍ରତୀକ। ୧୯୭୭ରେ ଇଲ୍ୟୁସିନ୍ ଆଇଏଲ୍-୩୮ ବିମାନକୁ ସାମିଲ କରାଯିବା ଫଳରେ ନୌସେନାର ସାମୁଦ୍ରିକ ଅନୁସନ୍ଧାନ ଓ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ମଜବୁତ ହୋଇଥିଲା। ଏହାପରେ ୧୯୮୮ରେ ଆଇଏନ୍ଏଏସ୍ ୩୧୨ରେ ଟୁପୋଲେଭ୍ ଟିୟୁ-୧୪୨ଏମ୍ ବିମାନ ସାମିଲ ହେବା ଫଳରେ ହିନ୍ଦ ମହାସାଗର ଅଂଚଳରେ ନୌସେନାର ଗସ୍ତ ପରିସର ଆହୁରି ବ୍ୟାପକ ହୋଇଥିଲା। ୨୦୧୩ରେ ଅରକ୍େକାଣମସ୍ଥିତ ଆଇଏନ୍ଏସ୍ ରାଜାଲିଠାରେ ବୋଇଂ ପି-୮ଆଇ ବିମାନ ସାମିଲ ହେବା ଏକ ବଡ଼ ବୈଷୟିକ ଉପଲବ୍ଧି ସାବ୍ୟସ୍ତ ହୋଇଥିଲା। ଏହି ବିମାନଗୁଡ଼ିକ ବ୍ୟାପକ ଅଂଚଳରେ ଗୁଇନ୍ଦା ସୂଚନା ସଂଗ୍ରହ, ନିରୀକ୍ଷଣ ଓ ଅନୁସନ୍ଧାନ (ଆଇଏସ୍ଆର) ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଏବଂ ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ଆହୁରି ଉନ୍ନତ କରିଛି।

ଗତ ପାଂଚ ଦଶନ୍ଧି ମଧ୍ୟରେ ଭାରତୀୟ ନୌସେନାର ଏଲ୍ଆର୍ଏମ୍ଆର୍ ବିମାନଗୁଡ଼ିକ ଅପରେସନ୍ କ୍ୟାକ୍ଟସ୍, ବିଜୟ, ପରାକ୍ରମ ଓ ସିନ୍ଦୂର ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ସହ ସାମୁଦ୍ରିକ ଡକାୟତି ବିରୋଧୀ ଅଭିଯାନ ଏବଂ ସନ୍ଧାନ ଓ ଉଦ୍ଧାର ମିଶନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ବର୍ତମାନ ଆଇଏନ୍ଏସ୍ ରାଜାଲି, ଅରକ୍େକାଣମରେ ଥିବା ଆଇଏନ୍ଏଏସ୍ ୩୧୨ର ପି-୮ଆଇ ବିମାନ ଏବଂ ଗୋଆର ଆଇଏନ୍ଏସ୍ ହଂସାଠାରେ ମୁତୟନ ଆଇଏନ୍ଏଏସ୍ ୩୧୬ର ବିମାନଗୁଡ଼ିକ ହିନ୍ଦ ମହାସାଗର ଓ ଏହା ବାହାର ଅଂଚଳରେ ନିରନ୍ତର ନିରୀକ୍ଷଣ ଜାରି ରଖିବା ସହ ଭାରତର ସାମୁଦ୍ରିକ ସ୍ୱାର୍ଥର ସୁରକ୍ଷା କରୁଛନ୍ତି।

ଏହି ସ୍ୱର୍ଣ୍ଣ ଜୟନ୍ତୀ ପାଂଚ ଦଶନ୍ଧି ଧରି ଏହି ଗୁରୁତ୍ୱପୂର୍ଣ୍ଣ କ୍ଷମତାର ନିର୍ମାଣ ଓ ଏହାକୁ ବଜାୟ ରଖିବାରେ ଯୋଗଦାନ ଦେଇଥିବା ନୌସେନାର ବିଭିନ୍ନ ପିଢ଼ିର ବିମାନ ଚାଳକ, ମିଶନ୍ କ୍ରୁ, ବୈଷୟିକ ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ସହଯୋଗୀ କର୍ମଚାରୀଙ୍କ ସମର୍ପଣ, ପ୍ରତିବଦ୍ଧତା ଓ ବୃତିଗତ ଦକ୍ଷତାକୁ ସମ୍ମାନ ଜଣାଉଛି।

----------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande